
ପାକିସ୍ତାନ ନୌସେନା ଯବାନ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ ଉଦ୍ୟମ କରିଥିବା ଅଭିଯୋଗ, ମାମଲା ରୁଜୁ କଲା ଭାରତ
ନୂଆଦିଲ୍ଲୀ: ପାକିସ୍ତାନ ସମୁଦ୍ର ସୁରକ୍ଷା ଏଜେନ୍ସି ବିରୋଧରେ ଥାନାରେ ଅଭିଯୋଗ କଲା ଭାରତ। ପାକିସ୍ତାନ ସମୁଦ୍ର ସୁରକ୍ଷା ଏଜେନ୍ସି(ପିଏମ୍ଏସ୍ଏ)ର ଯବାନମାନେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ କରିବା ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି। ଗୁଜୁରାଟ ପୋରବନ୍ଦରର ନାଭି ବୁନ୍ଦର ଥାନାରେ ପିଏମ୍ଏସ୍ଏ ବିରୋଧରେ ଅଭିଯୋଗ ହୋଇଛି।
ଅକ୍ଟୋବର ୬ ତାରିଖରେ ଏଭଳି ଘଟଣା ଘଟିଥିଲା। ଭାରତୀୟ ମତ୍ସ୍ୟଜୀବୀମାନେ ‘ହର୍ଷିଦ୍ଧି-୫’ ବୋଟ୍ରେ ବସି ମାଛ ମାରୁଥିବା ପାକିସ୍ତାନ ତଟରକ୍ଷୀ ବାହିନୀମାନେ ତାଙ୍କ ଡଙ୍ଗାକୁ ଆକ୍ରମଣ କରିଥିଲେ। ଗୁଳି ମାରିବା ସହିତ ବୋଟ୍ ବୁଡ଼ାଇବାକୁ ଚେଷ୍ଟା କରିଥିବା ଭାରତୀୟ ମାତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି।
ଅଭିଯୋଗ କ୍ରମେ ପିଏମ୍ଏସ୍ଏରେ ବିରୋଧରେ ଆଇପିସି ଧାରା ୩୦୭(ହତ୍ୟା ଉଦ୍ୟମ), ୩୬୫(ଅପହରଣ), ୪୨୭(ଆଘାତ ପହଞ୍ଚାଇବାକୁ ଉଦ୍ୟମ), ୩୨୪(ଅସ୍ତ୍ରରେ ଆକ୍ରମଣ), ୩୨୩(ଆଘାତ ପହଞ୍ଚାଇବା) ଆଦି ଲଗାଯାଇଛି। ପିଏମ୍ଏସ୍ଏ ବରକାତ ଜାହାଜରେ ବସିଥିବା ୨୦-୨୫ ପାକିସ୍ତାନ ତଟରକ୍ଷୀ ଯବାନଙ୍କ ବିରୋଧରେ ମାମଲା ହୋଇଛି।