କେରଳର ଜଣେ ନର୍ସ ଓ ତାଙ୍କର ଦୁଇ ଛୋଟ ପିଲାଙ୍କୁ ବ୍ରିଟେନରେ ହତ୍ୟା
ବ୍ରିଟେନରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା। କେରଳର ଜଣେ ନର୍ସ ଓ ତାଙ୍କର ଦୁଇ ଛୋଟ ପିଲାଙ୍କୁ କେହି ହତ୍ୟା କରିଛି । ହେଲେ ଘଟଣାର ଦିନକ ପରେ ଅର୍ଥାତ ଶନିବାର ନର୍ସଙ୍କ ପରିବାର ଲୋକ ଏ ନେଇ ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାଇ ହତ୍ୟାକାଣ୍ତ ପଛରେ ନର୍ସଙ୍କ ସ୍ୱାମୀଙ୍କ ହାତ ରହିଛି ।ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ତାଙ୍କୁ କପଡ଼ା କିମ୍ବା ଦଉଡ଼ି ଦ୍ୱାରା ତଣ୍ଟି ଚିପି ହତ୍ୟା କରାଯାଇଛି। ତେବେ ପିଲାମାନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିନାହିଁ ।
୩୫ ବର୍ଷୀୟ ନର୍ସ ଅଞ୍ଜୁ ଅଶୋକ ପୂର୍ବ ଇଂଲଣ୍ଡର ନର୍ଥମ୍ପଟନ୍ ଅଞ୍ଚଳ କେଟ୍ଟେରିଙ୍ଗରେ ରହୁଥିଲେ । ତାଙ୍କ ସହ ରହୁଥିଲେ ତାଙ୍କର ୬ ବର୍ଷର ପୁଅ ଓ ୪ ବର୍ଷର ଝିଅ । ଶୁକ୍ରବାର ଦିନ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ଅଞ୍ଜୁଙ୍କ ମୃତ୍ୟୁ ହୋଇସାରିଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ୨ ପିଲାଙ୍କ ମୃତ୍ୟୁ ଘଟିଥିଲା । ଘଟଣାର ତଦନ୍ତ କରି ବ୍ରିଟେନ ପୁଲିସ୍ ଅଞ୍ଜୁଙ୍କ ସ୍ୱାମୀ ସାଜୁଙ୍କୁ ଗିରଫ କରିଛି। ଏପରି ହତ୍ୟାକାଣ୍ଡ ପଛର ମୂଳ କାରଣ ପାରିବାରିକ ବିବାଦ ବୋଲି ଜଣାଯାଇଛି ।
ପରିବାର ଲୋକଙ୍କ କହିବା ଅନୁଯାଇ, ନର୍ସଙ୍କ ସ୍ୱାମୀ ସାଜୁ ସବୁବେଳେ ପତ୍ନୀଙ୍କୁ ମାଡ଼ ମାରୁଥିଲେ। ତେଣୁ ସେ ହିଁ ନର୍ସ ଓ ତାଙ୍କର ଦୁଇ ପିଲାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତଦେହଗୁଡ଼ିକୁ ଭାରତ ଫେରାଇ ଆଣିବା ଲାଗି ପରିବାର ଲୋ ଚାହୁଁଛନ୍ତି ।ଏଥିପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି ।