ଅଷ୍ଟ୍ରେଲିଆରେ ବର୍ଣ୍ଣକୁ ନେଇ ଜଣେ ଭାରତୀୟ ଛାତ୍ରଙ୍କୁ ଗାଳିଗୁଲଜ କରିବା ସହିତ ହଠାତ୍ ବିଧା ଗୋଇଠା ମାଡ

ଅଷ୍ଟ୍ରେଲିଆରେ ବର୍ଣ୍ଣକୁ ନେଇ ଜଣେ ଭାରତୀୟ ଛାତ୍ରଙ୍କୁ ମରଣାନ୍ତକ କରାଯାଇଛି। ତାଙ୍କ ମୁହଁରେ ଫ୍ରାକ୍‌ଚର ହୋଇଥିବାବେଳେ ମସ୍ତିଷ୍କରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଆଡିଲେଡ୍‌ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଗତ ଶନିବାରଠାରୁ ଏହି ଘଟଣା ଘଟିଥିଲେ ହେଁ ପୁଲିସ ଏଯାଏ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।ଗୁରୁତର ଆହତ ଭାରତୀୟ ଛାତ୍ର ଜଣକ ହେଉଛନ୍ତି ଚରଣପ୍ରୀତ ସିଂହ। ସେ ତାଙ୍କ ପତ୍ନୀଙ୍କ ସହିତ ଲାଇଟ୍ ଡିସପ୍ଲେ ଦେଖିବାକୁ ଯାଇଥିବା ସମୟରେ କିନଟୋର ଆଭିନ୍ୟୁ ନିକଟରେ କାର ପାର୍କିଂକୁ ନେଇ କିଛି ଯୁବକଙ୍କ ସହିତ ଯୁକ୍ତିତର୍କ ହୋଇଥିଲ। ଉକ୍ତ ଯୁବକମାନେ ଚରଣପ୍ରୀତଙ୍କୁ ତାଙ୍କ ବର୍ଣ୍ଣ ଏବଂ ଜାତିକୁ ନେଇ ଗାଳିଗୁଲଜ କରିବା ସହିତ ହଠାତ୍ ବିଧା ଗୋଇଠା ମାରିଥିଲେ। ଚରଣପ୍ରୀତ ତଳେ ପଡ଼ିଯିବା ପରେ ବି ସେମାନେ ତାଙ୍କୁ ଛାଡ଼ି ନ ଥିଲେ। ଚରଣ ସେମାନଙ୍କୁ କହିଥିଲେ, ଶରୀରର ରଙ୍ଗ କେବେ ବଦଳିପାରିବ ନାହିଁ। ତଥାପି ସେମାନେ ତାଙ୍କୁ ଅଚେତ ହେବା ପର୍ଯ୍ୟନ୍ତ ମାଡ଼ ମାରି ଚାଲିଥିଲେ।

ଖବର ପାଇ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ମହଲରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁଲିସ କେବଳ ଜଣେ ୨୦ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟମାନଙ୍କୁ ଟେର ପାଇପାରି ନାହିଁ।

Related Articles

Back to top button