
ବିକ୍ଷୋଭକାରୀଙ୍କୁ ସର୍ବସମ୍ମୁଖରେ ଫାଶୀ: ସପ୍ତାହେ ମଧ୍ୟରେ ୨ ଜଣଙ୍କୁ ସର୍ବସାଧାରଣରେ ମୃତ୍ୟୁ ଦଣ୍ଡ ଦେଲେଣି ଇରାନ ସରକାର
ତେହରାନ: ଇରାନରେ ସରକାର ବିରୋଧୀ ବିକ୍ଷୋଭକାରୀଙ୍କୁ ସର୍ବସମ୍ମୁଖରେ ଫାଶୀ ଦିଆଯାଉଛି। ମିଳିଥିବା ସୂଚନା ମୁତାବକ, ବିରୋଧର ସ୍ବର ଉଠାଇବା ଅଭିଯୋଗରେ ସପ୍ତାହେରୁ କମ୍ ସମୟ ମଧ୍ୟରେ ଦୁଇ ଜଣଙ୍କୁ ସର୍ବସାଧାରଣରେ ମୃତ୍ୟୁ ଦଣ୍ଡ ଦିଆଯାଇଛି।
ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼ ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇରାନର ଜଣେ ବିକ୍ଷୋଭକାରୀଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯାଇଛି। ଦେଶରେ କଠୋର ମହିଳା ଡ୍ରେସ୍ କୋଡ୍ର ଉଲ୍ଲଂଘନ କରିବା ଅଭିଯୋଗରେ ଜେଲ୍ରେ ମହସା ଅମିନୀଙ୍କ ମୃତ୍ୟୁ ପରେ ସରକାର ବିରୋଧୀ ବିକ୍ଷୋଭକୁ ନେଇ ଗତ ସପ୍ତାହରେ ମୋହସିନ ଶେଖରୀଙ୍କୁ ଫାଶୀ ଦିଆଯିବା ପରେ ଏହା ଦ୍ବିତୀୟ ଫାଶୀ। ଇରାନର ମିଜାନ ନ୍ୟୁଜ୍ ଏଜେନ୍ସୀ ଅନୁଯାୟୀ, ରହନବରଦଙ୍କ ବିରୋଧରେ ନଭେମ୍ବର ୧୭ରେ ମଶହଦ୍ରେ ଦୁଇ ସୁରକ୍ଷାକର୍ମୀଙ୍କୁ ଛୁରୀରେ ହତ୍ୟା କରିବା ସହ ଅନ୍ୟ ଚାରିଜଣଙ୍କୁ ଆହତ କରିଥିବା ଅଭିଯୋଗ ହୋଇଛି।
ମଶହଦର ରିଭୋଲ୍ୟୁସନାରୀ କୋର୍ଟ ରହନବରଦଙ୍କୁ ମୁହାରେବେହ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମୁହାରେବେହ ଏକ ପାର୍ସୀ ଶବ୍ଦ, ଯାହାର ଅର୍ଥ ଈଶ୍ବରଙ୍କ ବିରୋଧରେ ଯୁଦ୍ଧ କରିବା।