
ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବଡ ଖୁଲାସା : ‘ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି
ଇସ୍ରାଏଲ ଓ ଇରାନ ମଧ୍ୟରେ ଘମାସାନ ଯୁଦ୍ଧ ଜାରି ରହିଛି । ଇରାନ ଉପରେ ଇସ୍ରାଏଲ ଘନ ଘନ ଆକ୍ରମଣ କରୁଥିବା ବେଳେ ଇରାନ ବି ପ୍ରତିଜବାବ ଦେଉଛି । ଆଉ ଏହାରି ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଉ ଏକ ବଡ ଖୁଲାସା କରିଛନ୍ତି । ନେତାନ୍ୟାହୁ କହିଛନ୍ତି ଯେ ‘ଇରାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି’ । ସେ ଇରାନର ଶତ୍ରୁ ନଂ ୱାନ୍ । ରିପୋର୍ଟ ଅନୁଯାୟୀ ନେତାନ୍ୟାହୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣେ ନିର୍ଣ୍ଣାୟକ ନେତା ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ‘ଟ୍ରମ୍ପ କେବେ ବି ଅନ୍ୟର ପଥ ଅନୁସରଣ କରି ସେମାନଙ୍କ ସହିତ ଦୁର୍ବଳ ଭାବରେ ସୌଦା କରିବାକୁ ଚେଷ୍ଟା କରିନାହାଁନ୍ତି ।ଇରାନ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଦାବି କରି କହିଛନ୍ତି ଯେ ଇରାନ ତାଙ୍କୁ ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା ଚଳାଇଛି । ଏଭଳି ବୟାନ ସେତେବେଳେ ଦେଇଛନ୍ତି ଯେତେବେଳେ ଇସ୍ରାଏଲ ଇରାନର ପରମାଣୁ ଏବଂ ସାମରିକ ଘାଟି ଉପରେ ଏୟାରଷ୍ଟ୍ରାଇକ କରିଛି ।