ଗାଜା ଉପରେ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ

ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଦକ୍ଷିଣ ଏସିଆରେ ଉତ୍ତେଜନା ଜାରି ରହିଛି । ଏହାରି ଭିତରେ ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ ବଡ ଏୟାରଷ୍ଟ୍ରାଇକ କରିଛି । ଇସ୍ରାଏଲ ପକ୍ଷରୁ ଶୁକ୍ରବାର ଗାଜା ଷ୍ଟ୍ରିପ ଉପରେ କରାଯାଇଥିବା ଆକ୍ରମଣରେ ହମାସର ଜଣେ ବରିଷ୍ଠ କମାଣ୍ଡରଙ୍କ ସହ ଅତି କମରେ ସାତ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ପ୍ରାୟ ୪୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ ୱେଷ୍ଟ ବ୍ୟାଙ୍କରେ ଜଣେ ବରିଷ୍ଠ ଫିଲିସ୍ତୀନୀ ବିଦ୍ରୋହୀଙ୍କ ଗିରଫଦାରୀ ପରେ କରାଯାଇଛି । ହମାସ ଶାସିତ ଅଞ୍ଚଳରେ ଏବେ ଉତ୍ତେଜନା ବୃଦ୍ଧି ପାଇଛି ଏଠାରେ ପ୍ରାୟ ୨୦ ଲକ୍ଷ ଫିଲିସ୍ତୀନୀ ବାସ କରନ୍ତି।

ହମାସର ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ପରେ ଗାଜାରୁ ରକେଟ୍ ମାଡ ହେବାର ଆଶଙ୍କା ରହିଛି । ଏହାପରେ ଏହି ସମଗ୍ର ଅଞ୍ଚଳରେ ପୁଣି ଥରେ ଯୁଦ୍ଧ ପରି ସ୍ଥିତି ହୋଇପାରେ । ଗାଜା ସହରରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି, ଏଠାରେ ଏକ ବଡ଼ ବିଲ୍ଡିଂର ସପ୍ତମ ମହଳାର ଧୂଆଁ ଦେଖିବାକୁ ମିଳିଛି । ବିଦ୍ରୋହୀ ଗୋଷ୍ଠୀ ହମାସ କହିଛି, ଏହି ଆକ୍ରମଣରେ ବରିଷ୍ଠ କମାଣ୍ଡର ତେସୀର ଅଲ-ଜାବରୀଙ୍କ ମୃତ୍ୟୁ ହୋଇଛି ।

ଇସ୍ରାଏଲ ସେନା ଏହି ଅଭିଯାନକୁ ବ୍ରେକିଙ୍ଗ ଡନ ଅଭିହିତ କରି କହିଛି, ସେ ଇଲସାମୀ ଜିହାଦୀଙ୍କୁ ଟାର୍ଗେଟ କରିଛି । ଇସ୍ରାଏଲ ନିଜ ଦେଶରେ ମଧ୍ୟ ସ୍ୱତନ୍ତ୍ର ସ୍ଥିତି ଘୋଷଣା କରି ସୀମାର ୮୦ କିଲୋମିଟର ପରିସର ସମସ୍ତ ସ୍କୁଲ ବନ୍ଦ କରିବାକୁ କୁହାଯାଇଛି।

Related Articles

Back to top button