ଗାଜା ଷ୍ଟ୍ରିଟକୁ ଚାରିପଟୁ ଘେରି ରକେଟ ମାଡ କରୁଛି ଇସ୍ରାଏଲ ସେନା

ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣ ପରେ ପାଟଲା ଆକ୍ରମଣ କରୁଛି ଇସ୍ରାଏଲ । ଇସ୍ରାଏଲର ଆକ୍ରମଣ ପରେ ଗାଜା ଷ୍ଟ୍ରିଟ୍ରେ ଏଭଳି କିଛି ସ୍ଥିତି ଦେଖବାକୁ ମିଳିଛି । ହାମସ ଆତଙ୍କବାଦୀ ରହୁଥିବା ଗାଜା ଷ୍ଟିପ୍ର ୫୦୦ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ରକେଟ୍ ମାଡ କରିଛି ଇସ୍ରାଇଲ । ଯବାନଙ୍କୁ ବୋର୍ଡରକୁ ପଠାଇବା ସହ ଲମ୍ବା ଏବଂ ଜଟିଳ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ । ହାମସ ଏବଂ ଇସ୍ରାଇଲ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଯୋଗୁ ପ୍ରାୟ ୭୦୦ ଇସ୍ରାଏଲ ନାଗରିକଙ୍କ ସହ ୧୩ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମଳିଛି । ଯୁଦ୍ଧ ଯୋଗୁ ଗାଜା ଷ୍ଟ୍ରିପରେ ରହୁଥିବା ପ୍ରାୟ ୧ ଲକ୍ଷ ୨୫ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ୭୫ ହଜାରରୁ ଅଧିକ ଲୋକଙ୍କୁ ସ୍କୁଲ ଏବଂ ସରକାରୀ ଗୃହରେ ରଖଯାଇଛି ।

ଯୁଦ୍ଧ ଭିତରେ ହମାସ ଆତଙ୍କବାଦୀମାନେ ମାନବିକତାର ସବୁ ସୀମା ଲଂଘିଯାଇଛନ୍ତି । ସାଧାରଣ ଲୋକଙ୍କୁ ଧରି ସେମାନଙ୍କୁ ସହ ଅକଥନୀୟ ଆକ୍ରମଣ କରୁଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ପ୍ୟାରାଚ୍ୟୁଟ ସହାୟତାରେ ହାମସ ଆତଙ୍କବାଦୀମାନେ ଇସ୍ରାଇଲ ବୋର୍ଡର ଭିତରେ ଓହ୍ଲାଇ ଆକ୍ରମଣ କରୁଥିବାର ଚିତ୍ର ସାମ୍ନାକୁ ଆସିଛି । କେବଳ ଇସ୍ରାଇଲ ନୁହେଁ ସେଠାରେ ରହୁଥିବା ଜର୍ମାନ, ୟୁକ୍ରେନ, ଆର୍ୟଲ୍ୟାଣ୍ଡ, ଫ୍ରାନ୍ସ, ନେପାଳ, ମେକ୍ସିକୋ ନାଗରିକଙ୍କୁ ମଧ୍ୟ ଆକ୍ରମଣ କରୁଛନ୍ତି ହମାସ ଆତଙ୍କବାଦୀ । ଜଣେ ଜର୍ମାନ ମହିଳାଙ୍କୁ ଆତଙ୍କବାଦୀମାନେ ଉଲଗ୍ନ କରି ଖୋଲା ଗାଡିରେ ପକାଇ ରାସ୍ତାରେ ବୁଲାଉଥିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏପରି ସ୍ଥିତିରେ ଇସ୍ରାଏଲକୁ ଆମେରିକା ଭଳି ଅଣ ମୁସଲିମ ରାଷ୍ଟ୍ର ସମର୍ଥନ ଜଣାଉଥିବା ବେଳେ ଇରାନ ଭଳି ମୁସଲିମ ଦେଶ ପାଲେଷ୍ଟାଇନଙ୍କୁ ସମର୍ଥନ ଦେଉଛନ୍ତି ।

ଇସ୍ରାଏଲର ଶତାଧିକ ନାଗରିକଙ୍କୁ ଆତଙ୍କବାଦୀମାନେ ବନ୍ଧକ ରଖିଥିବା ବେଳେ ସେମାନଙ୍କୁ ମୁକୁଳାଇବା ପାଇଁ ଚେଷ୍ଟା ଚଳାଇଛି ଇସ୍ରାଇଲ । ଦୁଇ ଦେଶ ପ୍ରତି ବିଶ୍ୱର ଅନ୍ୟ ଦେଶମାନେ ସମର୍ଥନ ଜଣାଉଥିବା ଯୁଦ୍ଧ ଆହୁରି ଭୟଙ୍କର ରୂପଧାରଣ କରିବ ବୋଲି ଆଶା କରାଯାଉଛି ।

Related Articles

Back to top button