
ଇସ୍ରାଏଲ୍ର କ୍ଷେପଣାସ୍ତ୍ର ଇରାନର ନ୍ୟୁକ୍ଲିୟର ଠିକଣା ଓ କାରଖାନା ଅଞ୍ଚଳକୁ କରୁଛି ଟାର୍ଗେଟ
ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଉଭୟ ପରସ୍ପରକୁ ଆକାଶ ମାର୍ଗରୁ ଆକ୍ରମଣ ମଧ୍ୟ କରୁଛନ୍ତି । ଇସ୍ରାଏଲ୍ର କ୍ଷେପଣାସ୍ତ୍ର ଇରାନର ନ୍ୟୁକ୍ଲିୟର ଠିକଣା ଓ କାରଖାନା ଅଞ୍ଚଳକୁ ଟାର୍ଗେଟ କରୁଛି । ସେହିପରି ଇରାନ୍ର କ୍ଷେପଣାସ୍ତ୍ର ଇସ୍ରାଏଲର ହସ୍ପିଟାଲରେ ମାଡ କରିବା ଦ୍ୱାରା ଅନେକ କ୍ଷୟକ୍ଷତି ହୋଇଛି । ଉଭୟ ପକ୍ଷରେ ଯୁଦ୍ଧ ଜାରି ରହିଥିବାରୁ ଜନବସତି ଅଞ୍ଚଳରେ ଅନେକ କ୍ଷୟକ୍ଷତି ହେଉଛି । ଫଳରେ ସର୍ବସାଧାରଣଙ୍କୁ ସମସ୍ୟା ଭୋଗିବାକୁ ପଡୁଛି ।ବଡ଼ କଥା ହେଉଛି ବର୍ତ୍ତମାନ ଯୁଦ୍ଧବିରତିର କୌଣସି ସଙ୍କେତ ନାହିଁ। ଇରାନ-ଇସ୍ରାଏଲ ବିବାଦରେ ଏକ ବଡ଼ ପ୍ରଶ୍ନ ହେଉଛି ଯେ ଆମେରିକା ଯୁଦ୍ଧରେ ପ୍ରବେଶ କରିବ କି ନାହିଁ । ଆଲୋଚନାର ସମ୍ଭାବନା ହେତୁ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବେ ଯେ ଆମେରିକା ଇସ୍ରାଏଲ-ଇରାନ ବିବାଦରେ ଯୋଗଦେବ କି ନାହିଁ।ସାରା ରାତି ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଥିଲା। ଜେରୁସାଲେମରେ ଦୁଇଟି କ୍ଷେପଣାସ୍ତ୍ର ଆକାଶରେ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା।ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି କହିଛି ଯେ ଇରାନ ପାଖରେ ଅସ୍ତ୍ର ପାଇଁ ପର୍ଯ୍ୟାପ୍ତ ସାମଗ୍ରୀ ଅଛି କିନ୍ତୁ ଏହାର ପରମାଣୁ ବୋମା ତିଆରି କରିବାର କୌଣସି ଯୋଜନା ନାହିଁ।