ହମାସ୍‌ର ବର୍ବରତା ଉପରେ ଇସ୍ରାଏଲର ପାଲଟା ଜବାବ

ରକେଟ୍ ମାଡ଼ରେ ଥରିଲା ଇସ୍ରାଏଲ । ଗାଜା ଉପରେ ଜେରୁଜେଲମର ପାଲଟା ଆକ୍ରମଣ । ମିଡ୍ ଇଷ୍ଟରେ ପୁଣି ମୁଣ୍ଡ ଟେକିଛି ୬ ଦଶନ୍ଧିର ବିବାଦ । ଆତଙ୍କୀ ସଂଗଠନ ହମାସର ସାଂଘାତିକ୍ ରକେଟ୍ ମାଡ଼ରେ ଛାରଖାର୍ ହୋଇଛି ଇସ୍ରାଏଲର ସୀମାନ୍ତ ସହର । ଅଧ ଘଣ୍ଟାରେ ୫ ହାଜରରୁ ଅଧିକ ରକେଟ୍ ମାଡ଼ କରିଛନ୍ତି ଗାଜା ଆତଙ୍କବାଦୀ । ସୀମାବର୍ତ୍ତୀ ସହରରେ ପ୍ରବେଶ କରି ବର୍ବରତାର ଚରମ ସୀମା ପାର୍ କରିଛନ୍ତି । ମହିଳାଙ୍କ ସହ ଦୁଷ୍କର୍ମ କରିବା ସହିତ ନିରୀହ ଲୋକଙ୍କୁ ବନ୍ଧକ ରଖି ହତ୍ୟା କରିବାକୁ ପଛଉ ନାହାନ୍ତି ହମାସ୍ ଆତଙ୍କବାଦୀ । ଫଳରେ ୨୪ ଘଣ୍ଟାରେ ଇସ୍ରାଏଲର ଜଣେ ମେୟରଙ୍କ ସମେତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ୨ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ହମାସ୍‌ର ବର୍ବରତା ଉପରେ ଇସ୍ରାଏଲର ପାଲଟା ଜବାବ । ଓ୍ବାର୍ ମୋଡକୁ ଆସିଛି ଜେରୁଜେଲମ୍ । ‘ଓ୍ବି ଆର୍ ଇନ୍ ଓ୍ବାର’ ଘୋଷଣା କରିଛନ୍ତି ଇସ୍ରାଏସଲ ପ୍ରଧାନମନ୍ତ୍ରୀ । ହମାସ୍ ଆକ୍ରମଣ ଗାଜାକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ବେଞ୍ଜାମିନ୍ ନେତନ୍ୟାହୁ କହିବା ପରେ ବାୟୁସେନା ଆତର୍କିତ ଆକ୍ରମଣ କରିଛି । ଘନ ଘନ ରକେଟ୍ ଓ ମିସାଇଲ୍ ମାଡ଼ରେ ଥରି ଉଠିଛି ପାଲେଷ୍ଟାଇନ । ଏଥିରେ ୨୩୦ରୁ ଅଧିକ ଲୋକଙ୍କ ପ୍ରାଣ ହରାଇଥିବା ବେଳେ ପ୍ରାୟ ୩୫୦୦ରୁ ଅଧିକ ଆହତ ହୋଇଛନ୍ତି । ଗଣି ଗଣି ହିମାସ ଆତଙ୍କୀଙ୍କୁ ମାରିବୁ, ସହରକୁ ଧ୍ବଂସ ସ୍ତୁପରେ ପରିଣତ କରିଦେବୁ ବୋଲି ପିଏମ୍ ବେଞ୍ଜାମିନ୍ କହିଛନ୍ତି ।

ଇସ୍ରାଏଲ୍ ଉପରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣଙ୍କୁ ନିନ୍ଦା କରିଛି ଭାରତ । ଏହା ସହିତ ଭାରତୀୟଙ୍କୁ ସତର୍କ ରହିବା ନେଇ ଦୂତାବାସ ପକ୍ଷରୁ ଆଡଭାଇଜାରୀ ଜାରି ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ବିଭିନ୍ନ ପାଶ୍ଚାତ୍ୟ ଦେଶ, ହମାସ୍‌ର ହମାଲାକୁ କଡ଼ା ନିନ୍ଦା କରିଛନ୍ତି ।

Related Articles

Back to top button