‘ଗିତାର୍‌ ଗଡ୍‌’ ଜେଫ ବେକ୍‌ଙ୍କ ପରଲୋକ

ସଙ୍ଗୀତ ଜଗତରେ ‘ଗିତାର୍‌ ଗଡ୍‌’ ଭାବରେ ଜଣାଶୁଣା ଗୀତାରିଷ୍ଟ ଜେଫ ବେକ୍‌ଙ୍କ ପରଲୋକ ଘଟିଛି। ୭୮ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ଜେଫଙ୍କ ଅଫିସିଆଲ ୱେବସାଇଟରେ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଛି। ୧୯୬୦ ଦଶକରେ ସୁପର ଗ୍ରୁପ ଦି ୟାର୍ଡବର୍ଡସ ସହିତ ଜେଫ ଯୋଡି ହୋଇଥିଲେ। ତାଙ୍କ ମୃତ୍ୟୁରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ନିଜଟରେ ଜେଫ ବେକ ଜନି ଡେପଙ୍କ ନିଜ ଆଲବମର ପ୍ରଚାର କରିଥିଲେ। ଜୁନ ୨୦୨୨ ‘ଓଟି ଓସବୋର୍ନର ‘ପେସେଣ୍ଟ ନଂ ୯’ ଆଲବମର ଦୁଇଟି ଟ୍ରାକରେ ମଧ୍ୟ ସେ ନଜର ଆସିଥିଲେ।

Related Articles

Back to top button