ଯୁବକଙ୍କ ଶରୀରରେ ବ୍ଲଡ ସୁଗାର ଲେଭଲ ୨୬୫୬, ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ୍ସରେ ସ୍ଥାନିତ

ନ୍ୟୁ ଜର୍ସି: ଏବେ ଅଧିକାଂଶ ଲୋକ ଡ଼ାଇବେଟିସ୍ ବା ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଡ଼ାଇବେଟିସ୍ ନାଁ ଶୁଣିବା ମାତ୍ରେ ଲୋକ ଭୟଭୀତ ହେବା ସହ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରନ୍ତି । ଏମିତି କି ଡାକ୍ତରଙ୍କ ପରାମର୍ଶ ନେବା ସହ ଘରୋଇ ଉପଚାର କରିବାକୁ ଲାଗିପଡ଼ନ୍ତି । ସାଧାରଣତଃ ଡ଼ାଇବେଟିସ୍ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏ । ସେଥିଲାଗି ଲୋକେ ଶରୀରରେ ଶର୍କରା ବା ସୁଗାର କମାଇବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ ଏପରି ଏକ ଯୁବକ ଅଛନ୍ତି ଯାହାର ରକ୍ତରେ ଶର୍କରା ସାଧାରଣ ଠାରୁ ୨୧ ଗୁଣ ଅଧିକ । ଏଥିଲାଗି ସେ ଗିନିଜ୍ ବୁକ୍ ଅଫ ୱାଲର୍ଡ଼ରେ ସାମିଲ ହୋଇଛନ୍ତି । ଏହାସତ୍ତ୍ୱେ ସେ ସାଧାରଣ ଜୀବନଯାପନ କରି ପାରୁଛନ୍ତି । ଗିନିଜ ବୁକ୍ ଅଫ ୱାଲର୍ଡ଼ ରିପୋର୍ଟ ଅନୁଯାୟୀ, ନ୍ୟୁ ଜର୍ସିର ବାସିନ୍ଦା ମାଇକେଲ ପାଟ୍ରିକ୍ ବୁନୋକୋର । ତାଙ୍କୁ ଯେତେବେଳେ ମାତ୍ର ୬ ବର୍ଷ ବୟସ ହୋଇଥିଲା,ସେ ଡ଼ାଇବେଟିସ୍ ରୋଗର ଶୀକାର ହେଲେ । ରକ୍ତ ପରୀକ୍ଷା କରିବା ପରେ ଜଣାପଡ଼ିଲା ତାଙ୍କ ଶରୀରରେ ବ୍ଲଡ ସୁଗାର ୨୬୫୬ ରହିଛି । ଯାହା ସାଧାରଣଠାରୁ ୨୧ ଗୁଣ ବୃଦ୍ଧି ପାଇଥିଲା । ଡାକ୍ତରଙ୍କ କହିବାନୁସାରେ, ୫୦୦ ରୁ ଅଧିକ ବ୍ଲଡ ସୁଗାର ଶରୀରରେ ରହିଲେ ଜୀବନ ପ୍ରତି ବିପଦଥାଏ । କିନ୍ତୁ ମାଇକେଲ ଏବେ ବି ଜୀବିତ ଅଛନ୍ତି ଓ ସାଧାରଣ ଜୀବନଯାପନ କରୁଛନ୍ତି ।

ଡାକ୍ତରଙ୍କ କହିବା ଅନୁଯାୟୀ, ୧୨୬ କିମ୍ବା ତା’ଠାରୁ କମ୍ ରକ୍ତରେ ଶର୍କରା ରହିବା ସ୍ୱାଭାବିକ ବୋଲି ବିବେଚନା କରାଯାଏ । ୫୦୦ରୁ ଅଧିକ ହେଲେ କୋମାକୁ ଯିବାର ଆଶଙ୍କା ଥାଏ । କିନ୍ତୁ ମାଇକେଲ ଅଧିକ କଷ୍ଟ ପାଇଲେ ନାହିଁ । ମାଇକେଲ୍‌ଙ୍କୁ ଏବେ ୨୧ ବର୍ଷ । ସେ ସୁସ୍ଥ ରହିବା ସହ ପୁରା ଫିଟ ଅଛନ୍ତି । ମାଇକେଲ କହିଛନ୍ତି ଯେ, ଦିନେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ପେନସିଲଭାନିଆ ବୁଲିବାକୁ ଯାଇଥିଲେ । ହଠାତ୍ ଥଣ୍ଡା ହେଲା । ସେ ଭାବିଲେ ବୋଧହୁଏ ଥଣ୍ଡା ହେତୁ ସେ ନିଶ୍ଚୟ ଥଣ୍ଡା ଅନୁଭବ କରୁଛନ୍ତି । କିନ୍ତୁ ତିନି ଦିନ ପରେ ତାଙ୍କ ଅବସ୍ଥା ବିଗିଡିଗଲା । ସେ ଆଉ ଚାଲିପାରିଲେ ନାହିଁ । ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କଲେ ।

ଡାକ୍ତରଖାନାରେ ୨ ସପ୍ତାହ ରହି ଚିକିତ୍ସିତ ହେଲେ । ଆଉ ଯେତେବେଳେ ତାଙ୍କ ରକ୍ତରେ ଶର୍କରା ସ୍ତର ସ୍ୱାଭାବିକଠାରୁ ବହୁତ ଅଧିକ ଥିବା ଜାଣିବାକୁ ପାଇଲେ ପୁରା ପରିବାର ଆଶ୍ଚର୍ଯ୍ୟ ହୋଇଗଲେ । ଏବେ ସେ ଇନସୁଲିନ୍ ନେଉଛି । ଯେତେବେଳେ ସୁଗାର ଅତ୍ୟଧିକ ହୋଇଯାଏ ସେତେବେଳେ ଚାଲିବାରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ଏହାବ୍ୟତୀତ ଆଉ କୌଣସି ଅସୁବିଧା ନ ଥିବା କହିଛନ୍ତି ।

Related Articles

Back to top button