ପାକିସ୍ତାନରେ ବିଜୁଳି ସଙ୍କଟ: ଇସଲାମବାଦ, କରାଚି ସହ ଅନେକ ସହରରେ ବ୍ଲାକ ଆଉଟ

ଇସଲାମବାଦ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ପୁଣି ବଢିଯାଇଛି । ଦରଦାମ ବୃଦ୍ଧି ସାଙ୍ଗକୁ ବିଜୁଳି ସମସ୍ୟା ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି ।  ପ୍ରଥମେ ଅଟା, ତା ପରେ ଗ୍ୟାସ, ପେଟ୍ରୋଲ ସଙ୍କଟ ପରେ ଏବେ ଦେଶରେ ବିଦ୍ୟୁତ ସମସ୍ୟା ଭୟଙ୍କର ହୋଇଛି ।  ଦେଶର ଅନେକ ସହର ଗତକାଲି ରାତିରେ ବ୍ଲାକ ଆଉଟ ହୋଇଯାଇଥିଲା । ଗ୍ରୀଡ ଫେଲ ଯୋଗୁ ଅନେକ ବଡ ବଡ ସହର ଅନ୍ଧାରରେ ବୁଡି ରହିଥିଲା । ଅବଶ୍ୟ ପରେ ଏହାକୁ ସଜାଡି ଦିଆଯାଇଛି ।

ପାକିସ୍ତାନ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ୱିଟ କରି କୁହାଯାଇଛି,   ନାଶନାଲ ଇଲେକ୍ଟ୍ରିସିଟି ଗ୍ରୀଡ ଫେଲ ହେବା କରଣରୁ ବିଜୁଳି ସରବରାହ ବ୍ୟାହତ ହୋଇଥିଲା । ଏହାର ପରିଣାମସ୍ୱରୂପ ଅନେକ ସହର ଅନ୍ଧାର ହୋଇଯାଇଥିଲା । ତେବେ ଜିଓ ଟିଭିର କହିବା ଅନୁଯାୟୀ, ମନ୍ତ୍ରାଳୟର ଘୋଷଣା ପୂର୍ବରୁ ଭିନ୍ନ ଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀ ବିଜୁଳି ସରବରାହ ବନ୍ଦ ହୋଇଥିବା ସ୍ପଷ୍ଟ କରି ଥିଲେ ।

Related Articles

Back to top button