ନ୍ୟୁଜିଲ୍ୟାଣ୍ଡର ୭୫ ପ୍ରତିଶତ ମାଛରେ ପ୍ରଚୁର ପରିମାଣର ମାଇକ୍ରୋପ୍ଲାଷ୍ଟିକ, ବିଲୁପ୍ତ ପଥେ ୯୦ ପ୍ରତିଶତ ସାମୁଦ୍ରିକ ପକ୍ଷୀ

ମେଲବର୍ଣ୍ଣ: ନ୍ୟୁଜିଲ୍ୟାଣ୍ଡର ଏକ ସରକାରୀ ରିପୋର୍ଟରେ ପ୍ରତି ୪ଟି ମାଛରୁ ୩ଟିରେ ପ୍ରଚୁର ପରିମାଣର ମାଇକ୍ରୋପ୍ଲାଷ୍ଟିକ ଥିବାର ପୁଷ୍ଟି କରିଛି। ସେହିପରି ଦେଶରେ ବହୁ ସଂଖ୍ୟାରେ ଦେଶୀ ପ୍ରଜାତି ଓ ଦେଶୀ ପକ୍ଷୀ ବିଲୁପ୍ତ ହେବାକୁ ଯାଉଥିବା ଏହି ରିପୋର୍ଟରେ କୁହାଯାଇଛି।  ୧୩ ଅକ୍ଟୋବର ଗୁରୁବାର ପରିବେଶମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ୯୦ ପ୍ରତିଶତ ସ୍ୱଦେଶୀ ସମୁଦ୍ର ପକ୍ଷୀ, ୮୨ ପ୍ରତିଶତ ସ୍ୱଦେଶୀ ସମୁଦ୍ର ଉପକୂଳ ପକ୍ଷୀ ଓ ୨୨ ପ୍ରତିଶତ ସାମୁଦ୍ରିକ ପ୍ରାଣୀ ପ୍ରଜାତି ଏବେ ବିଲୁପ୍ତିର ଦ୍ୱାରଦେଶରେ ଥିବାର କୁହାଯାଇଛି।

ବିଶେଷ କରି ସମୁଦ୍ର ପକ୍ଷୀମାନେ ବିପଦରେ ଥିବାର କୁହାଯାଇଛି। ଗତବର୍ଷ ପାଖାପାଖି ୧୪ଶହ ପକ୍ଷୀ ବଡ଼ ମାଛଙ୍କ ଦ୍ୱାରା ମରିଥିବା ବେଳେ ସମୁଦ୍ର ଅଧିକ ଅମ୍ଲିୟ ହେବା ଯୋଗୁ ମଧ୍ୟ ପକ୍ଷୀଙ୍କ ମୃତ୍ୟୁ ହେଉଛି। ଗତ ୨୨ ବର୍ଷରେ ସମୁଦ୍ରର ଅମ୍ଲିକରଣ ୮.୬ ପ୍ରତିଶତ ବଢିଥିବା ଏହି ରିପୋର୍ଟରେ କୁହାଯାଇଛି। ସମୁଦ୍ରର ତାପମାତ୍ରା ବୃଦ୍ଧି ସହ ସାମୁଦ୍ରିକ ହିଟ୍‌ ୱେଭ୍ ଲଗାତାର ବଢି ବଢି ଚାଲିଛି।

କନଭର୍ସେସନ ଗ୍ରୁପ ଫରେଷ୍ଟ ଏଣ୍ଡ କ୍ରାଇସିସ୍  ପରିସ୍ଥିତିକୁ ସଂକଟ ଭାବେ ବର୍ଣ୍ଣନା କରିଛି।  ସମୂହ ଏକ ବୟାନରେ ମହାସାଗରକୁ ପ୍ରଭାବିତ କରୁଥିବା ସଂକଟର ବାସ୍ତବିକତା ବହୁତ ଭୟାନକ ବୋଲି କହିଛି। କାରଣ ଗବେଷଣା ହେଉ ନଥିବାର ସାମୁଦ୍ରିକ ଜଳଚର ପ୍ରାଣୀମାନେ ବିପଦରେ ଅଛନ୍ତି ବୋଲି ସମୂହ କହିଛି। ସେପଟେ ଗ୍ରୀନ ପାର୍ଟି ପ୍ରତିନିଧି ୟୁଜିନି ସେଜ୍ ଏଥିଲାଗି ସରକାରଙ୍କୁ ଦାୟୀ କରିଛନ୍ତି। ସରକାରଙ୍କ ଅବହେଳା କାରଣରୁ ସାମୁଦ୍ରିକ ଜୀବ ସଂକଟରେ ଥିବା ୟୁଜିନ କହିଛନ୍ତି।

Related Articles

Back to top button