ସୂର୍ଯ୍ୟ ହସୁଥିବା ପରି ଭ୍ରମ, ନାସା ଉଠାଇଥିଲା ଫଟୋ

ୱାଶିଂଟନ: ମହାକାଶରେ ଆଜି ସୂର୍ଯ୍ୟ ହସିଛନ୍ତି। ଆଉ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆମେରିକା ସ୍ପେଶ ଏଜେନ୍ସି ନାସା ପକ୍ଷରୁ ଏହି ଫଟୋ ଛଡା ଯାଇଥିଲା । ଯାହାକୁ ଦେଖି ସମେସ୍ତ ହତବାକ ହୋଇ ଯାଇଥିଲେ । ଏପରିକି ସୋସିଆଲ ମିଡିଆରେ କେତେଜଣ ସୂର୍ଯ୍ୟଙ୍କୁ ଏହି ହସକୁ କାର୍ଟୁନ ସହିତ ତୁଳନା କରିଥିଲେ । ପ୍ରକୃତରେ ସୂର୍ଯ୍ୟ କଣ ମନ ଭରି ହସୁଥିଲେ। ଆସନ୍ତୁ ଜାଣିବା ଏହାର ପ୍ରକୃତ କଥା କଣ ? ସାଇନ୍ସ ଡଟ କମ ରିପୋର୍ଟ ଅନୁସାରେ ନାସାର ଏସଡିଓ ଏହି ଫଟୋ ଉଠାଇଥିଲା। ବର୍ତମାନ ସେଠାରେ ସୌର ତୋଫାନ ଚାଲିଛି। କୋରୋନଲ ହୋଲ୍ସରୁ ବାହାରୁଥିବା ଏହି ପବନ ସୂର୍ଯ୍ୟ ଉପରେ ପ୍ରବାହିତ ହେଉଛି ।

ଳା ପଡିଥିବା ସ୍ଥାନର ମାନେ ହେଲା ଆଖପାଖରେ ଥିବା ପ୍ଲାଜମା ଅଂଚଳ ତୁଳନାରେ ଏହା ଥଣ୍ଡା ଏବଂ କମ ଘନତ୍ୱ ବିଶିଷ୍ଟ । ଏହି କଳା ସ୍ଥାନଗୁଡିକ ଦୂରରୁ ଦେଖିଲେ ସୂର୍ଯ୍ୟ ହସିବା ପରି ଲାଗୁଛି । ସୌର ତୁଫାନ ପୃଥିବୀ ପ୍ରତି ବଡ ଧରଣର ବିପଦ ସୃଷ୍ଟି ନ କଲେ ମଧ୍ୟ ବୈଷୟିକ ବିଶେଷ କରି ଚୁମ୍ବକୀୟ ଏବଂ ସ୍ପେକ୍ଟ୍ରମ କ୍ଷେତ୍ରରେ ଅସୁବିଧା କରିପାରେ । ଅବଶ୍ୟ ବୈଜ୍ଞାନିକମାନେ ଏଥିପ୍ରତି ବିଶେଷ ନଜର ରଖିଛନ୍ତି।

Related Articles

Back to top button