ସେକେଣ୍ଡରେ ମାଟିରେ ମିଶିଲା ନାସାର ମାର୍ଶଲ ସ୍ପେସ୍‌ ଫ୍ଲାଇଟ୍ ସେଣ୍ଟର ପୁରୁଣା ବିଲ୍ଡିଂ

ଅଲବାମା: ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ (ନାସା) ପୁରୁଣା ବିଲ୍ଡିଂ ମଧ୍ୟରୁ ଗୋଟିଏ ମାର୍ଶଲ ସ୍ପେସ୍‌ ଫ୍ଲାଇଟ ସେଣ୍ଟର ୪୨୦୦କୁ ମାଟିରେ ମିଶାଇ ଦିଆଯାଇଛି। କଣ୍ଟ୍ରୋଲ ବ୍ଲାଷ୍ଟରେ ଏହାକୁ ଧ୍ୱଂସ କରାଯାଇଥିବା ବେଳେ ଏଥି ପାଇଁ ମାତ୍ର କିଛି ସେକେଣ୍ଡ ଲାଗିଛି। ଆମେରିକା ଆଲବାମାରେ ନିର୍ମିତ ଏହି ବିଲ୍ଡିଂଟି ୧୯୬୩ରୁ ୨୦୨୦ ପର୍ଯ୍ୟନ୍ତ  ନାସାଙ୍କ ମୁଖ୍ୟାଳୟ ଭାବେ ବ୍ୟବହୃତ ହୋଇ ଆସୁଥିଲା । ଏଠାରେ ରକେଟ ଡିଜାଇନ କାମ ହେଉଥିଲା।

ନାସା ଅନୁସାରେ ଏହି ବିଲ୍ଡିଂଟି ବହୁତ ପୁରୁଣା ହୋଇଯାଇଥିଲା। ଏହାର ନବୀକରଣ ମଧ୍ୟ ବେଶ ଖର୍ଚ୍ଚବହୁଳ ଥିଲା। ଏଣୁ ବିଲ୍ଡିଂକୁ ମାଟିରେ ମିଶାଇ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। କଣ୍ଟ୍ରୋଲ ବ୍ଲାଷ୍ଟରେ ବିଲ୍ଡିଂକୁ ଧ୍ୱଂସ୍ତ କରାଯାଇଛି। ଚନ୍ଦ୍ରକୁ ପ୍ରଥମ ଥର ମଣିଷ ପହଞ୍ଚାଇଥିବା ରକେଟ୍ ସେଟର୍ଣ୍ଣ-ଭି ଏହି ଫ୍ଲାଇଟ୍ ସେଣ୍ଟରରେ ଡିଜାଇନ ହୋଇଥିଲା। ଏହା ପରେ ଅନେକ ରକେଟର ଡିଜାଇନ ମଧ୍ୟ ଏହିଠାରେ ଚୂଡାନ୍ତ ହୋଇଥିଲା।

ଏହି ବିଲ୍ଡିଂକୁ ୪୨୦୦କୁ ୨୦୩୦ରେ ଆଧୁନିକକରଣ କରାଯିବାର ଥିଲା। ତେବେ ୨୦୨୦ରେ ବିଲ୍ଡିଂର ବାହାର କାନ୍ଥରେ ଷ୍ଟ୍ରକ୍ଚରାଲ ପ୍ରୋବ୍ଲେମ ଥିବା ଦେଖିବାକୁ ପାଇଥିଲେ। ଏଣୁ ନାସା ବିଲ୍ଡିଂର ରକ୍ଷଣାବେକ୍ଷଣା ଓ ମରାମତି କରିବା ବଦଳେ ଏହାକୁ ମାଟିରେ ମିଶାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଶନିବାର ପୂର୍ବାହ୍ନ ୮ଟା ୩୦ ମିନିଟରେ ବିଲ୍ଡିଂକୁ କଣ୍ଟ୍ରୋଲ ବ୍ଲାଷ୍ଟରେ ମାଟିରେ ମିଶାଇ ଦିଆଯାଇଛି। ନାସାଙ୍କ ୱିକେଣ୍ଡ ଡିଷ୍ଟ୍ରକ୍ସନର ୱେବକାଷ୍ଟ ୟୁଟ୍ୟୁବରେ ଲାଇଭ କାଷ୍ଟ କରାଯାଇଥିଲା।

Related Articles

Back to top button