
ଇସ୍ରାଏଲୀ ସେନା ତା’ର ସମସ୍ତ ଲକ୍ଷ୍ୟ ହାସଲ କରିଛି : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ
ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା ପରେ ପ୍ରଥମ କରି ପ୍ରତିକ୍ରିୟା ରଖିଛି ଇସ୍ରାଏଲ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଜି ଦେଶବାସୀଙ୍କୁ ଏକ ବାର୍ତ୍ତା ଦେଇଛନ୍ତି । ଇସ୍ରାଏଲ ପିଏମଓ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଇସ୍ରାଏଲୀ ସେନା ତା’ର ସମସ୍ତ ଲକ୍ଷ୍ୟ ହାସଲ କରିଛି । ଇରାନରେ କରାଯାଇଥିବା ସେନା ଅଭିଯାନର ଉଦ୍ଦେଶ୍ୟ ହାସଲକୁ ଦୃଷ୍ଟିରେ ରଖି, ଆମେ ଯୁଦ୍ଧ ବିରତି ପାଇଁ ରଙ୍କକ୍ସକ୍ଟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଚୁକ୍ତିରେ ଆମେ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରୁଛୁ । ଏହାସହିତ ଇସ୍ରାଏଲ ଚେତାବନୀ ଦେଇଛି ଯେ ଯଦି ଇରାନ ଦ୍ୱାରା ଯୁଦ୍ଧବିରତି ଯେକୌଣସି ପିରିସ୍ଥିତିରେ ଉଲ୍ଲଘଂନ କଲେ କଡା ଜବାବ ଦିଆଯିବ । ଯୁଦ୍ଧରେ ଜୀବନ ହାରିଥିବା ପରିବାରଙ୍କ ପ୍ରତି ସମବେଦନ ଜଣାଇବା ସହ ସେମାନଙ୍କ ସହିତ ରହିଥିବା ନେତାନ୍ୟାହୁ କହିଛନ୍ତି ।