ପ୍ରଥମ ଦେଶ ଭାବେ ନ୍ୟୁୟର୍କରେ ମଣିଷ ଶବକୁ ଖତରେ ପରିଣତ କରିବା ପାଇଁ ମିଳିଲା ଅନୁମତି
ନ୍ୟୁୟର୍କ: ଆମେରିକାର ଷଷ୍ଠ ରାଜ୍ୟ ଭାବେ ନ୍ୟୁୟର୍କରେ ପ୍ରଥମ ଦେଶ ଭାବେ ମଣିଷ ଶବକୁ ଖତରେ ପରିଣତ କରିବା ପାଇଁ ଅନୁମତି ପ୍ରଦାନ କରିଛି । ୨୦୧୯ରେ ୱାଶିଂଟନ ପ୍ରଥମେ ଏହାକୁ ଅନୁମତି ପ୍ରଦାନ କରିଥିଲେ । ବିଭିନ୍ନ ଦେଶର ରୀତି ନୀତି ଅନୁସାରେ କେଉଁଠାରେ ଶବକୁ ପୋଡା ଯାଇଥାଏ ତ ଆଉ କେଉଁଠାରେ ପୋତା ଯାଇଥାଏ । ଏବେ କାଠ, ପଶୁଙ୍କୁ ଦିଆଯାଉଥିବା ଚାରା, ଘାସ ସହ ମୃତ ଦେହକୁ ଏକ କଂଟେନର ମଧ୍ୟରେ ରଖା ଯାଇଥାଏ । କିଛି ଦିନ ପରେ ଏହା ସଢ଼ିଥାଏ ଏବଂ ପରେ ମାଟିରେ ପରିଣତ ହୋଇଥାଏ । ଏହି ଖତ ଫୁଲ, ଫଳ ଏବଂ ପନିପରିବାରେ ବେଶ ଉପଯୋଗ ସାବ୍ୟସ୍ତ ହୋଇଥାଏ । ଏବେ ମୃତ୍ୟୁ ପୂର୍ବରୁ ଆମେରିକାରେ ସମ୍ପୃକ୍ତ ବ୍ୟକ୍ତି ଆଗୁଆ ଏ ନେଇ ଆବେଦନ କରିପାରୁଛି । ଫଳରେ ତାଙ୍କ ମୃତ୍ୟୁ ପରେ ଖତରେ ପରିଣତ ହେବା ପାଇଁ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନ ଥାଏ ।