ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେଲେ କ୍ରିଶ୍ ହିପକିନ୍ସ

ୱେଲିଂଟନ: ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଲେବର ଦଳର ନେତା କ୍ରିଶ୍ ହିପକିନ୍ସ। ବୁଧବାର ସେ ଦେଶର ୪୧ ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ପରେ ସେ ଦେଶର ଅର୍ଥନୀତି ପ୍ରତି ଗୁରୁତ୍ୱ ତେବେ ବୋଲି ହିପକିନ୍ସ କହିଛନ୍ତି। ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ ଇସ୍ତଫା ଦେବା ପରେ ହିପକିନ୍ସଙ୍କୁ ବାଛିଥିଲା ଲେବର ଦଳ। ହିପକିନ୍ସ ପୂର୍ବରୁ କୋଭିଡ ନିରାକରଣ ଓ ନୀତି ନିର୍ଦ୍ଧାରଣ ମନ୍ତ୍ରୀ ଭାବେ ଉତ୍ତମ ଭାବେ ଦାୟିତ୍ୱ ତୁଲାଇଥିବାରୁ ଦଳ ତାଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛିଥିଲା।

ତେବେ ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ ହଠାତ୍ ଇସ୍ତଫା ଦେଇଥିଲେ। ତା ସହ ସେ ଆଉ ରାଜନୀତି କରିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଥିଲେ।

Related Articles

Back to top button