
ଟ୍ରେନ୍ ଅପହରଣ ସମୟରେ ବନ୍ଧକ ଥିବା ସମସ୍ତ ୨୧୪ ଜଣ ପାକିସ୍ତାନୀ ସେନା ଯବାନଙ୍କୁ ହତ୍ୟା ଦାବି
ବେଲୁଚିସ୍ତାନ ଲିବରେସନ ଆର୍ମି ଦାବି କରିଛି ଯେ ଟ୍ରେନ୍ ଅପହରଣ ସମୟରେ ବନ୍ଧକ ଥିବା ସମସ୍ତ ୨୧୪ ଜଣ ପାକିସ୍ତାନୀ ସେନା ଯବାନଙ୍କୁ ହତ୍ୟା କରାଯାଇଛି । ବିଏଲଏ ଏକ ବିବୃତିଜାରି କରି କହିଛି ,ଜାଫର ଏକ୍ସପ୍ରେସ୍ ଟ୍ରେନ୍ରେ ବନ୍ଧକ ଥିବା ସମସ୍ତ ୨୧୪ ଜଣ ପାକିସ୍ତାନୀ ସୈନ୍ୟ ବନ୍ଧକଙ୍କୁ ବିଏଲଏ ହତ୍ୟା କରିଛନ୍ତି । ପାକିସ୍ତାନ ନିଜ ଦାବିକୁ ଅଣଦେଖା କରିବା ସହ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଗମ୍ଭୀର ଆଲୋଚନା କରିବାକୁ ମନା କରୁଛି ବୋଲି ଏହି ଗୋଷ୍ଠୀ ଅଭିଯୋଗ କରିଛି । ସଂଗଠନର ମୁଖପାତ୍ର ଅପରେସନ ଦାରା-ଏ-ବଲାନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ବିଏଲଏ ମୁଖପାତ୍ର କହିଛନ୍ତି , ବିଏଲ୍ଏର ମାଜିଦ ବ୍ରିଗେଡ୍ ଦ୍ୱାରା ଏହି ଅପରେସନ୍ କରାଯାଇଥିଲା । ଏହି ବ୍ରିଗେଡରେ ଆତ୍ମଘାତୀ ଆକ୍ରମଣକାରୀ ରହିଛନ୍ତି ।
ବ୍ରିଗେଡ୍ର ସ୍ୱାଧୀନତା ସଂଗ୍ରାମୀମାନେ ପ୍ରଥମେ ଟ୍ରେନ୍ ର ସମ୍ମୁଖ ଭାଗକୁ ଆଇଇଡି ରେ ବିସ୍ଫୋରଣ କରିଥିଲେ । ଟ୍ରେନ୍ ଅଟକିବା ମାତ୍ରେ ବିଏଲଏ ଆର୍ମି ବନ୍ଧକ ସୈନ୍ୟ କର୍ମଚାରୀଙ୍କୁ ସ୍ବତନ୍ତ୍ର ବଗିରେ ବନ୍ଦ କରି ରଖିଥିଲେ । ବାକି ବନ୍ଦୀମାନଙ୍କୁ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଜାଫର ଏକ୍ସପ୍ରେସର ବଗିରେ ବନ୍ଦ ଥିବା ବନ୍ଦୀମାନଙ୍କୁ ଉଦ୍ଧାର କରିବା ପାଇଁ ପାକିସ୍ତାନୀ ଏସଏସଜି କମାଣ୍ଡୋଙ୍କ ଜରାର କମ୍ପାନୀ ପହଞ୍ଚିବା ପରେ ଫିଦାଇନ ମାନେ ସେମାନଙ୍କୁ ଘେରି ଯାଇ ଭୟଙ୍କର ଆକ୍ରମଣ କରିଥିଲେ । ଏହି ଯୁଦ୍ଧ ଅନେକ ଘଣ୍ଟା ଧରି ଚାଲିଥିଲା ଏବଂ ପାକିସ୍ତାନ ଏସଏସଜି କମାଣ୍ଡୋମାନେ ବ୍ୟାପକ କ୍ଷତି ସହିଥିଲେ । ବିଏଲଏ ଏହାର ବିବୃତ୍ତିରେ କହିଛି,ଏହି ଅପରେସନରେ ସମ୍ପୃକ୍ତ ଫିଦାଇନ୍ ଯୋଦ୍ଧାମାନେ ‘ଶେଷ ଗୁଳି ପର୍ଯ୍ୟନ୍ତ’ ଲଢ଼ିବାର ମିଶନ ଦର୍ଶନକୁ ଅନୁସରଣ କରିଥିଲେ । ଶେଷ ଗୁଳି ବାକି ଥିବା ବେଳେ ଜଣେ ବିଏଲଏ ଆର୍ମି ଆତ୍ମହତ୍ୟା କରି ସହିଦ ହୋଇଥିଲେ ।