ପଳାତକ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ହେବ

ଲଣ୍ଡନ: ଭାରତର ମହା ଠକ ଭାବେ ପରିଚିତ ନୀରବ ମୋଦିଙ୍କ ପାଇଁ ଲୁଚି ରହିବାର ସମସ୍ତ ରାସ୍ତା ବନ୍ଦ ହୋଇଛି । ଏଥିର ୭ ହଜାର କୋଟି ଟଙ୍କା ଠକେଇ କରିଥିବା ନୀରବଙ୍କ ଶେଷ ଆଶା ବ୍ରିଟେନ ହାଇକୋର୍ଟ ଭାଙ୍ଗି ଦେଇଛନ୍ତି । ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ହାଇକୋର୍ଟରେ ଆବେଦନ କରିଥିଲେ । ଆଜି ହାଇକୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ, ନୀରବଙ୍କ ପ୍ରତ୍ୟର୍ପଣ କୌଣସି ଦୃଷ୍ଟି କୋଣରୁ ଅନ୍ୟାୟ ନୁହେଁ । ଭାରତ ସରକାର ନୀରବଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ବାରମ୍ବାର ଉଦ୍ୟମ କରି ଆସୁଥିଲେ ।

ସୂଚନାଯୋଗ୍ୟ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ନୀରବ ୭୦୦୦କୋଟି ଟଙ୍କା ଠକେଇ କରିଥିଲେ । ଏହା ଧରା ପଡିବା ପରେ ସେ ଲୁଚି କରି ବିଦେଶକୁ ପଳାଇ ଯାଇଥିଲେ । ଲଣ୍ଡନରେ ସେ ରହିଥିବା ଜଣାପଡିବା ପରେ ତାଙ୍କୁ ପ୍ରତ୍ୟର୍ପଣ କରିବା ଭାରତ ସରକାର ଆଇନଗତସ୍ତାରେ ଆବେଦନ କରିଥିଲେ । ସେଥିରେ ଭାରତର ବ୍ୟାଙ୍କିଙ୍ଗ ସିଷ୍ଟମକୁ ଠକି ନୀରବ ପଳାଇ ଯାଇଥିବା ଆବେଦନ କରାଯାଇଥିଲା । ନୀରବଙ୍କ ପଳାୟନ ନେଇ ଭାରତ ସରକାରଙ୍କୁ ବିରୋଧୀମାନେ ଟାର୍ଗେଟ କରିଥିଲେ ।

Related Articles

Back to top button