ନୋରା ଫତେହିଙ୍କ ଡ୍ୟାନ୍ସ ଶୋ’କୁ ବାଂଲାଦେଶ ସରକାର ଦେଲେନି ଅନୁମତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହି ତାଙ୍କ ଡ୍ୟାନ୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ହେଲେ ନିକଟରେ ବାଂଲାଦେଶରେ ନୋରାଙ୍କର ଏକ ଡ୍ୟାନ୍ସ ଶୋ’କୁ ସେଠାକାର ସରକାର ଅନୁମତି ଦେଇ ନାହାନ୍ତି । ସେଠାକାର ସରକାର କହିଛନ୍ତି ବର୍ତ୍ତମାନ ସମୟରେ ଅଯଥାରେ ଏତେ ଡଲାର ଖର୍ଚ୍ଚ କରିବା ଉଚିତ ନୁହେଁ । ବାଂଲାଦେଶ ସାଂସ୍କୃତିକ ମାମଲା ମନ୍ତ୍ରଣାଳୟ ଦ୍ୱାରା ନୋଟିସ ଜାରି କରି ସୋମବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି । ବର୍ତ୍ତମାନ ସମୟରେ ବାଂଲାଦେଶ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ତେବେ ନୋରାଙ୍କୁ ବାଂଲାଦେଶର ମହିଳା ନେତୃତ୍ୱ ନିଗମ ଦ୍ୱାରା ଏକ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରାଯାଇଥିଲା ।

ହେଲେ ବାଂଲାଦେଶ ସରକାର ନୋରାଙ୍କ ଡ୍ୟାନ୍ସ କାର୍ଯ୍ୟକ୍ରମକୁ ଅଯଥା ଖର୍ଚ୍ଚ ବୋଲି କହି ବନ୍ଦ କରି ଦେଇଛନ୍ତି । ସୂଚନାଯୋଗ୍ୟ, ବାଂଲାଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୧୨ ଅକ୍ଟୋବର ପର୍ଯ୍ୟନ୍ତ କମ୍ ହୋଇ ୩୬୧୩୩ ବଲିୟନ ଡଲାର ହୋଇଯାଇଥିଲା । ଏହା ଗୋଟିଏ ବର୍ଷ ପୂର୍ବରୁ ୪୬୧୧୩ ବିଲିୟନ ଡଲାର ଥିଲା । ବେଳକୁ ବେଳ ବାଂଲାଦେଶର ଆର୍ଥିକ ସ୍ଥିତି ବିଗିଡି ଯାଉଥିବାରୁ ସରକାର ନୋରା ଫତେହିଙ୍କ ଡ୍ୟାନ୍ସ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଛନ୍ତି ।

Related Articles

Back to top button