ପ୍ରତି ଘଣ୍ଟାରେ ୨୩ ହଜାର କିଲୋ ମିଥେନ ନିର୍ଗତ ହେଉଛି ବାଲଟିକ୍ ସାଗରରୁ, ମିଳିତ ଜାତିସଂଘ ଚିନ୍ତା ପ୍ରକଟ କଲା

ବାଲଟିକ ସାଗରରେ ପାଇପଲାଇନ ଛିଦ୍ର ହେବା ପରେ ରେକର୍ଡ ସ୍ତରରେ ମିଥେନ ଗ୍ୟାନସ ଲିକ୍ ହେଉଛି । ଏହାକୁ ନେଇ କେବଳ ପରିବେଶବିତ୍ ଚିନ୍ତିତ ନୁହନ୍ତି, ବରଂ ମିଳିତ ଜାତିସଂଘ ମଧ୍ୟ ଚିନ୍ତା ପ୍ରକଟ କରିଛି । ପ୍ରତି ଘଟଣାରେ ପ୍ରାୟ ୨୩ ହଜାର କିଲୋ ମିଥେନ ଗ୍ୟାସ ନିର୍ଗତ ହେଉଛି । ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) କହିଛି, ବାଲଟିକ୍ ସାଗର ତଳେ ନର୍ଡ ଷ୍ଟ୍ରିମ ପ୍ରାକୃତିକ ଗ୍ୟାସ ପାଇପଲାଇନ ସିଷ୍ଟମ ଭାଙ୍ଗିବା ଯୋଗୁଁ ପରିବେଶ ପାଇଁ କ୍ଷତିକାରକ ମିଥେନ ଲିକର ସବୁଠୁ ବଡ଼ ଘଟଣା ହେବାର ଆଶଙ୍କା ରହିଛି ।

ୟୁଏନଇପି ପାଇଁ ଆଇଏମଇଓର ମୁଖ୍ୟ ମ୍ୟାନଫ୍ରେଡୀ କେଲ୍ଟାଗିରୋନ ନ୍ୟୁଜ ଏଜେନ୍ସି ରୟଟର୍ସକୁ କହିଛନ୍ତି, ଏହା ବାସ୍ତବରେ ଏକ ବଡ଼ ବିପଦ । ଏହା ଆଜି ଯାଏଁ ସବୁଠୁ ବଡ଼ ଗ୍ୟାସ ଲିକ୍ ଘଟଣା ହୋଇପାରେ।

ମିଥେନ ଗ୍ୟାସ ଲିକ୍ ଉପରେ ନଜର ରଖିବା ପାଇଁ ସାଟେଲାଇଟର ସାହାଯ୍ୟ ନିଆଯାଉଛି । ଜିଏଚଜିସାଟ ଗବେଷଣା ଆକଳନ ଅନୁସାରେ, ପାଇପଲାଇନର ଗୋଟିଏ ଛିଦ୍ରରୁ ଘଣ୍ଟାକୁ ୨୨,୯୨୦ କିଲୋଗ୍ରାମ ଗ୍ୟାସ ନିର୍ଗତ ହେଉଛି, ଯାହା ପ୍ରତି ଘଣ୍ଟାରେ ପ୍ରାୟ ୬,୩୦,୦୦୦ ପାଉଣ୍ଡ କୋଇଲ ଜଳିବା ସହ ସମାନ । ବୟାନରେ କୁହାଯାଇଛି ଏହି ହାର ଆକଳନଠାରୁ ମଧ୍ୟ ବହୁ ଅଧିକ । ଅନ୍ୟପଟେ ଆମେରିକାର ପରିବେଶ ସଂରକ୍ଷଣ ଏଜେନ୍ସି ଗ୍ରୀନହାଉରସ କ୍ୟାଲକୁଲେଟର ଅନୁସାରେ, ଏହା ୧.୧ ବିଲିୟନ ପାଉଣ୍ଡ କୋଇଲା ଜଳିବା ସହ ସମାନ ।

Related Articles

Back to top button