ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ଝିଅ ନାଁରେ ଆଉ କେହି ରଖିପାରିବେନି ନାଁ

ନୂଆଦିଲ୍ଲୀ: ଉତ୍ତର କୋରିଆ ନିଜର ମିଶାଇଲ ପରୀକ୍ଷଣ ଓ ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ଅଜବ ନିୟମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। କିମ ଜଙ୍ଗ ଉନ ନିଜ ଦେଶରେ ଯାହା ଉପରେ ପ୍ରତିବନ୍ଧକ ଲଗାଇଥାନ୍ତି, ତାହା ସମସ୍ତେ ମାନିବାକୁ ବାଧ୍ୟ । ସେ ତାଙ୍କ ପିତାଙ୍କ ମୃତ୍ୟୁ ବାର୍ଷିକୀରେ ଉତ୍ତର କୋରିଆରେ ହସିବା ବାରଣ କରିଥିଲେ । ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆରେ ଏକ ନୂତନ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି । କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ଝିଅର ନାଁ ଯାହା, ସେ ନାମଧାରୀ ସମସ୍ତ ଝିଅ ଓ ମହିଳାମାନଙ୍କୁ ନାଁ ବଦଳାଇବା ଲାଗି ଉତ୍ତର କୋରିଆ ବାଧ୍ୟ କରୁଥିବା ଜଣାପଡିଛି ।

ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ଝିଅର ନାଁ ଜୁ ଅୟେ ଓ ତାକୁ ପ୍ରାୟ ୧୦ ବର୍ଷ। ‘ରେଡିଓ ଫ୍ରି ଏସିଆ’ରୁ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ଅଛି ଯେ, ଉତ୍ତର ପିୟୋଙ୍ଗ୍ୟାଙ୍ଗ୍‌ ଏବଂ ଦକ୍ଷିଣ ପିୟୋଙ୍ଗ୍ୟାଙ୍ଗ୍‌ରେ ବାସ କରୁଥିବା ‘ଜୁ ଅୟେ’ ନାମଧାରୀ ଦୁଇଜଣ ମହିଳାଙ୍କ ପାଖକୁ ସେମାନଙ୍କ ‘ବାର୍ଥ ସାର୍ଟିଫିକେଟ୍‌’ ବଦଳାଇବା ଲାଗି ଆଞ୍ଚଳିକ ସରକାର ଆଦେଶ ଜାରି କରିଛନ୍ତି।

ରିପୋର୍ଟରେ ଆହୁରି ମଧ୍ୟ ରହିଛି, ନିରାପତ୍ତା ମନ୍ତ୍ରାଳୟର ‘ରେଜିଡେଣ୍ଟ୍‌ ରେଜିଷ୍ଟ୍ରେସନ୍‌ ଡିପାର୍ଟମେଣ୍ଟ୍‌’ରେ ‘ଜୁ ଅୟେ’ ନାଁ ପଞ୍ଜିକରଣ କରିଥିବା ମହିଳାମାନଙ୍କୁ ଗତକାଲି ଜିଓଙ୍ଗ୍‌ଜୁ ନଗରୀର ସୁରକ୍ଷା ମନ୍ତ୍ରାଳୟ ଡକାଇଥିଲା। ଗୋଟିଏ ସପ୍ତାହ ମଧ୍ୟରେ ନାଁ ପରିବର୍ତ୍ତନ କରିବାକୁ ସେଠାକାର କର୍ତ୍ତୃପକ୍ଷମାନେ ସେମାନଙ୍କୁ ନିର୍ଦେଶ ଦେଇଛନ୍ତି।

Related Articles

Back to top button