‘ଆଇ ଲଭ ୟୁ’ କହିଲେ ମୃତ୍ୟଦଣ୍ଡ !

ପେଙ୍ଗୟାଙ୍ଗ୍ : ଉତ୍ତର କୋରିଆର ଏକଛତ୍ରବାଦୀ କିମ୍ ଜଙ୍ଗ୍ ଉନଙ୍କ ପାଗଳାମୀ ସମ୍ପର୍କରେ ସାରା ବିଶ୍ବ ଜାଣିଛି । ଏବେ ତାଙ୍କ ପାଗଳ ମସ୍ତିଷ୍କରୁ ଆଉ ଏକ ନୂଆ ତଥା ଅଜବ ନିୟମ ବାହାରିଛି । ତାହା ହେଉଛି ଦେଶରେ ଦକ୍ଷିଣ କୋରିଆର ‘ପୁଞ୍ଜିବାଦୀ’ ସମାଜରେ କୁହାଯାଉଥିବା ଭାଷା ଚଳିବ ନାହଁ । ଏପରି ଭାଷା ଯିଏ କହିବ ତାକୁ ମୃତ୍ୟୁଦଣ୍ଡ ମିଳିବ ।

‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ’ ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆର ପୁଞ୍ଜିବାଦୀ ସଂସ୍କୃତିର ଉପଭାଷା, ଭାଷା କିମ୍ବା ଶବ୍ଦ ବ୍ୟବହାର କରି ଉତ୍ତର କୋରିଆରେ ଧରାପଡ଼ିଲେ ପିୟୋଙ୍ଗ୍ୟାଙ୍ଗ୍ ସାଂସ୍କୃତିକ ଭାଷା ସୁରକ୍ଷା ଆଇନ ଅନୁଯାୟୀ କଠୋର ଦଣ୍ଡ ମିଳିବ। ଏପରିକି ଆଜୀବନ ଜେଲ ଓ ମୃତ୍ୟୁଦଣ୍ଡ ବି ମିଳିପାରେ ।

ଉତ୍ତର-ପଶ୍ଚିମ ପ୍ରଦେଶ ଉତ୍ତର ପିୟୋଙ୍ଗନ ପ୍ରଦେଶର ଜଣେ ବାସିନ୍ଦା ରେଡିଓ ଫ୍ରି ଏସିଆକୁ କହିଛନ୍ତି ଯେ “ଯେଉଁମାନେ ପୂର୍ବରୁ ଦକ୍ଷିଣ କୋରିଆର କଥା କହିବାର ଉଚ୍ଚାରଣରେ ଅଭ୍ୟସ୍ତ ଅଛନ୍ତି ସେମାନେ ବର୍ତ୍ତମାନ ଅନୁଭବ କରୁଛନ୍ତି ଯେ ସେମାନଙ୍କୁ ଉତ୍ତର କୋରିଆର ଭାଷା କହିବାରେ ଅଭ୍ୟସ୍ତ ହେବାକୁ ପଡ଼ିବ ।

 

ନୂଆ ଆଇନ ଅନୁଯାୟୀ, ଉତ୍ତର କୋରିଆର ମହିଳାମାନେ ନିଜ ସ୍ୱାମୀ କିମ୍ବା ବୟଫ୍ରେଣ୍ଡଙ୍କୁ ‘ଜାଗିଆ’ ( ଓଡ଼ିଆ ଅର୍ଥ ପ୍ରିୟତମ) କିମ୍ବା ‘ଓପ୍ପା’ କହିପାରିବେ ନାହିଁ। ଏହା ବଦଳରେ ସେମାନେ ‘ଡୋଙ୍ଗଜି’ ଶବ୍ଦ ବ୍ୟବହାର କରିବା ଉଚିତ। ଉତ୍ତର କୋରିଆବାସୀ ମଧ୍ୟ ଦକ୍ଷିଣ କୋରିଆର ଇଂରାଜୀ ଶବ୍ଦ ଯଥା ‘ପେସିଓନ୍’ (ଫ୍ୟାସନ୍), ‘ହେସୁଟେଲ୍’ (ହେୟାର ଷ୍ଟାଇଲ୍) ଏବଂ ‘ୱାଇପ୍’ (ପତ୍ନୀ) ବ୍ୟବହାର କରିବାରୁ ଦୂରେଇ ରହିବା ଉଚିତ୍। ଗଣମାଧ୍ୟମ ରିପୋର୍ଟ ରେ କୁହାଯାଇଛି ଯେ ‘ଖୋଲାଖୋଲି ଭାବେ ‘ଆଇ ଲଭ୍ ୟୁ’ କହିବା ମଧ୍ୟ ପ୍ରମାଣ କରୁଛି ଯେ ସେମାନେ ଦକ୍ଷିଣ କୋରିଆଫିଲ୍ମ ଦେଖିଛନ୍ତି। ସେଥିପାଇଁ ମୃତ୍ୟୁଦଣ୍ଡ ପରି କଠୋର ଦଣ୍ଡ ଦିଆଯାଇପାରେ ।

Related Articles

Back to top button