ଅପ୍ଟିକାଲ ଇଲ୍ୟୁସନ: ପାଣିରେ ପ୍ରତିବିମ୍ବ ଯୋଗୁ ଲାଗୁଛି ଆକାଶରେ ଉଡୁଛି ପଥର
ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏଥିରେ ପଥର ଆକାଶରେ ଉଡୁଥିବା ଭଳି ଦେଖିବାକୁ ମିଳିଛି । ଟ୍ୱିଟରରେ ଏହାର ଏକ ଫଟୋ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ତେବେ ଏହାକୁ ନେଇ ବର୍ତ୍ତମାନ ଲୋକେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି । ଫଟୋରେ ଦେଖାଯାଇଛି ଯେ, ତଳେ ମାଟିର ଏକ ସ୍ତର ରହିଛି, ଯେଉଁଥିରୁ ଜଣାଯାଉଛି ଯେ ଏହି ପଥର ଆକାଶରେ ଉଡିବାରେ ଲାଗିଛି । କିନ୍ତୁ ପ୍ରକୃତରେ ଘଟଣା ହେଉଛି ସମ୍ପୂର୍ଣ୍ଣ ଭିନ୍ନ ।
This photo is an example of how optical illusions mess with your mind.
First you see a rock floating in the air and then… pic.twitter.com/mbBJeT5ZwC
— Massimo (@Rainmaker1973) March 22, 2023
ଫଟୋ ସହିତ ଲେଖାଯାଇଛି ଯେ, ଅପ୍ଟିକାଲ ଇଲ୍ୟୁସନ କିପରି ଆପଣଙ୍କ ଆଖିକୁ ଧୋକା ଦେଇପାରେ, ଏହା ଏକ ଉଦାହରଣ । ପ୍ରଥମେ ଏହି ଫଟୋ ଦେଖିଲେ କେହି ବି ଭାବିବେ ପଥରଟି ଆକାଶରେ ଉଡୁଛି । କିନ୍ତୁ ପ୍ରକୃତରେ ଘଟଣା ହେଉଛି, ଗୋଟିଏ ପଥର ପାଣି ଭିତରେ ପଡିଛି । ଏହାର ଅଧାଅଂଶ ପାଣି ଭିତରେ ରହିଥିବାରୁ ବାହାରେ ଥିବା ପଥର ଅଂଶର ଏକ ପ୍ରତିବିମ୍ବ ପାଣିରେ ପ୍ରତିଫଳିତ ହେଉଛି । ତେଣୁ ପଥର ଏବଂ ଏହାର ପ୍ରତିବିମ୍ବ ମିଶି ଗୋଟିଏ ବଡ ପଥର ପରି ଦେଖାଯାଉଛି । ଯାହାକୁ ଦେଖି ଯେ କେହି ବି ଦ୍ୱନ୍ଦ୍ୱରେ ପଡିଯିବ ।