
ପାକିସ୍ତାନ ସେନା ମୁଖପାତ୍ର ଅହମଦ ସରିଫ୍ ଚୌଧୁରୀ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି
ପାକିସ୍ତାନ ସେନା ମୁଖପାତ୍ର ଅହମଦ ସରିଫ୍ ଚୌଧୁରୀ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି । ସରିଫ ଚୌଧୁରୀ କହିଛନ୍ତି ଯେ ଯଦି ଭାରତ ଆମର ପାଣି ବନ୍ଦ କରିଦିଏ, ତେବେ ଆମେ ତା’ର ନିଶ୍ୱାସ ବନ୍ଦ କରିଦେବୁ । ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ସରିଫ ଏଭଳି ମନ୍ତବ୍ୟ ଦେଇଛନ୍ତି । ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ କରିଥିବା ଅପରେସନ ସିନ୍ଦୂର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ ।ପୂର୍ବରୁ ପିଓକେରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଭାରତକୁ ଧମକ ଦେଇ କହିଥିଲେ ଯେ ଏବେ ଭାରତ ଆକ୍ରମଣ କରିବା ପୂର୍ବରୁ ୧୦୦ଥର ଚିନ୍ତା କରିବ । ପହଲଗାଓଁ ଆକ୍ରମଣ ପରେ ପାକିସ୍ତାନକୁ ସାବାଡ କରିବା ପାଇଁ ଭାରତ ଅନେକ ପ୍ରତିବନ୍ଧକ ଲଗାଇଛି । ଭାରତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିଛି, ଫଳରେ ପାକିସ୍ତାନ ଆଡକୁ ପ୍ରବାହିତ ନଦୀ ଶୁଖିଯିବାକୁ ବସିଲାଣି । ପାଣି ଅଭାବ ଯୋଗୁଁ ଭୟରେ ପାକିସ୍ତାନୀ ସେନା ଓ ରଜାନେତା ମାନେ ଆତଙ୍କ ସୃଷ୍ଟି କରିବାରେ ଲାଗିଛନ୍ତି ।