ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଝଟକା, ୫ ବର୍ଷ ପାଇଁ ଲଢିପାରିବେନି ନିର୍ବାଚନ

ଇସ୍ଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିର୍ବାଚନ ଆୟୋଗ ଶୁକ୍ରବାର ଅଯୋଗ୍ୟ ଘୋଷଣା କରିଛନ୍ତି ଏହା ସହିତ ତାଙ୍କର ସଂସଦ ସଦସ୍ୟତା ମଧ୍ୟ ସମାପ୍ତ କରିଦେଇଛନ୍ତି । ସମ୍ପତ୍ତି ଲୁଚାଇବା ଅଭିଯୋଗରେ ଆୟୋଗ ଇମ୍ରାନଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କା ଲାଗି ଏହାକୁ ଏକ ଝଟକା ବୋଲି କୁହାଯାଉଛି। ନିର୍ବାଚନ ଆୟୋଗଙ୍କ ଘୋଷଣାରେ ଇମ୍ରାନଙ୍କୁ ୫ ବର୍ଷ ନିମନ୍ତେ ନିର୍ବାଚନ ଲଢିବାକୁ ଅଯୋଗ୍ୟ ହୋଇଛନ୍ତି। ଏହି ଘୋଷଣା ପରେ ଇମ୍ରାନଙ୍କ ସମର୍ଥକମାନେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁଳିକାଣ୍ଡ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କ୍ଷମତାସୀନ ମେଣ୍ଟ ସରକାରର ସାଂସଦମାନେ ଗତ ଅଗଷ୍ଟମାସରେ ଇମ୍ରାନଙ୍କ ବିରୋଧରେ ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଥିଲେ। ଏଥିରେ  ଇମ୍ରାନ ସରକାରୀ ଟ୍ରେଜରୀ ଅର୍ଥାତ ତୋଷଖାନାରୁ ରିହାତି ମୂଲ୍ୟରେ କିଣିଥିବା ଉପହାରକୁ ବଜାରରେ ବିକ୍ରି କରି ପାଇଥିବା ଅର୍ଥର ହିସାବ ଦେଇ ନଥିବା  ଅଭିଯୋଗ କରିଥିଲେ। ଏଣୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ସାଂସଦମାନେ ଦାବି କରିଥିଲେ।

ପାକିସ୍ତାନ ମୁଖ୍ୟନିର୍ବାଚନ କମିଶନର ସିକନ୍ଦର ସୁଲତାନ ରାଜାଙ୍କ ଅଧ୍ୟକ୍ଷତାରେ ଗଠିତ ୪ ସଦସୀୟ ପୀଠ ଇସ୍ଲାମାବାଦ ଇସିବି ସଚିବାଳୟରେ ଇମ୍ରାନଙ୍କ ବିରୋଧରେ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥିରେ ନିର୍ବାଚନ ଆୟୋଗଙ୍କ ସଦସ୍ୟମାନେ ଇମ୍ରାନଙ୍କୁ ଅଭିଯୋଗରେ ଦୋଷୀ ପାଇଥିବା ବେଳେ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହା ଛଡା ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଆୟୋଗ ଘୋଷଣା କରିଛନ୍ତି।

Related Articles

Back to top button