ଯୁକ୍ତରାଷ୍ଟ୍ରରେ ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ ବିବୃତ୍ତି ଜାରି କରିଛି

ଯୁକ୍ତରାଷ୍ଟ୍ରରେ ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ ବିବୃତ୍ତି ଜାରି କରିଛି । ଜାତିସଂଘରେ ପାକିସ୍ତାନର ସ୍ଥାୟୀ ସଦସ୍ୟ ମୁନୀର ଅକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଭାଷଣର ମଧ୍ୟ ଉଲ୍ଲେଖ କରିଛନ୍ତି । ମୁନୀର ଅକ୍ରମ କହିଛନ୍ତି ଯେ, ନୂଆ ଭାରତ ଆପଣଙ୍କ ଘରକୁ ଆସେ ଏବଂ ଆପଣଙ୍କୁ ମାରିଦିଏ । ପାକିସ୍ତାନ ଟାର୍ଗେଟ କିଲିଂକୁ ନେଇ ଭାରତ ଉପରେ ଟାର୍ଗେଟ କରି ଖାଲିସ୍ତାନୀ ଅତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାର ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ପାକିସ୍ତାନ କହିଛି ଯେ, ଭାରତ ସରକାର ବିଦେଶରେ ରହୁଥିବା ରାଜନୈତିକ ବିରୋଧୀମାନଙ୍କୁ ହଟାଇବା ପାଇଁ ପାକିସ୍ତାନ ଭିତରେ ମଧ୍ୟ ଏହିପରି ଟାର୍ଗେଟ କିଲିଂ କରୁଛନ୍ତି । ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଆଜି ଭାରତ ଡୋସିୟର ପଠାଉ ନାହିଁ । ଆଜି ଭାରତ ଆତଙ୍କବାଦୀଙ୍କ ଘରେ ପ୍ରବେଶ କରି ମାରୁଛି ।

ପାକିସ୍ତାନ ଟାର୍ଗେଟ କିଲିଂର ପ୍ରସଙ୍ଗ ଉଠାଇ ଖାଲିସ୍ତାନୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାର ମଧ୍ୟ ଯୁକ୍ତି ବାଢିଛି । ମୁନୀର କହିଛନ୍ତି ଯେ, ଭାରତ ସରକାର ବିଦେଶରେ ରହୁଥିବା ରାଜନୈତିକ ବିରୋଧିମାନଙ୍କୁ ମଧ୍ୟ ହଟାଉଛନ୍ତି । ମୁନୀର ଅକ୍ରମ ୨ ମେ ରେ ଯୁକ୍ତରାଷ୍ଟ୍ର ମହାସଭାକୁ ସମ୍ବୋଧିତ କରି କହିଥିଲେ ଯେ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସୁରକ୍ଷା ପରିଷଦ, ମହାସଚିବ ଏବଂ ଯୁକ୍ତରାଷ୍ଟ୍ର ମହାସଭା ଅଧ୍ୟକ୍ଷକୁ ମଧ୍ୟ ପାକରେ ଟାର୍ଗେଟ କିଲିଂର ଭାରତ ଅଭିଯାନ ବିଷୟରେ ସୂଚନା ଦେଇଛନ୍ତି । ମୁନୀର କହିଛନ୍ତି ଯେ, ଏହି ଆତଙ୍କବାଦ କେବଳ ପାକିସ୍ତାନ ପର୍ଯ୍ୟନ୍ତ ସୀମିତ ନାହିଁ, ବରଂ କାନାଡା ଏବଂ ଆମେରିକା ଭଳି ଅନ୍ୟ ଦେଶରେ ମଧ୍ୟ ଏଭଳି ପ୍ରସାର ଜାରି ରଖିଛି।

 

Related Articles

Back to top button