ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ : ଅଟା କିଲୋ ୬୪ ଟଙ୍କା

ପାକିସ୍ତାନ : ପାକିସ୍ତାନରେ ହୁ ହୁ ହୋଇ ବଢ଼ିଚାଲିଛି ଖାଦ୍ୟ ସାମଗ୍ରୀ ଦର । ଆଉ ଖାଦ୍ୟ ସାମଗ୍ରୀର ଦର ଶୁଣି ପାକିସ୍ତାନରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବଞ୍ଚିବା ପାଇଁ ଖାଦ୍ୟ ଜରୁରୀ ଆଉ ଖାଦ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଜରୁରୀ । ତେଣୁ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକେ କେମିତି ନିଜ ପରିବାରକୁ ଖାଦ୍ୟ ଯୋଗାଇବେ ସେନେଇ ଚିନ୍ତିତ  । ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ଆକାଶ ଛୁଆଁ ଦର ଯାହାକୁ ନେଇ ଲୋକେ ଅସନ୍ତୁଷ୍ଟ ରହିଛନ୍ତି  ।

ଲୋକେ ଦରଦାମ ବୃଦ୍ଧି ନେଇ ଅସନ୍ତୁଷ୍ଟ ଥିବା ବେଳେ ସରକାର ସବସିଡ ଦୁରୁପଯୋଗକୁ କମ କରିବା ପାଇଁ ୟୁଟିଲିଟି ଷ୍ଟୋରର୍ସ କର୍ପୋରେସନ ମାଧ୍ୟମରେ ବିକ୍ରି କରାଯାଉଥିବା ଅଟା, ଚିନି ଓ ଘିଅ ଦାମରେ ୨୫ ରୁ ୬୨ ପ୍ରତିଶତ ବୃଦ୍ଧି କରିଛି ।ନୂଆ ଦାମ ଅନୁଯାୟୀ ପାକିସ୍ତାନରେ ଚିନି କିଲୋ ପ୍ରତି ଦାମ ୭୦ ଟଙ୍କାରୁ ବୃଦ୍ଧି ପାଇ ୮୯ ଟଙ୍କାରେ ପହଞ୍ଚିଛି । ସେହିପରି ଘିଅର ଦାମ୍‌ ୭୫ ଟଙ୍କାରୁ ବୃଦ୍ଧି ପାଇ କିଲୋ ପ୍ରତି ୩୭୫ ଟଙ୍କାରେ ଓ ଅଟା କିଲୋ ପ୍ରତି ଦାମ ୪୦ ଟଙ୍କାରୁ ବୃଦ୍ଧି ପାଇ ୬୪ ଟଙ୍କାରେ ପହଞ୍ଚିଛି ।

ତେବେ ଦାରିଦ୍ର୍ୟ ସୀମା ରେଖା ତଳେ (ପିଏମଟି-୩୨) ଥିବା ଲୋକଙ୍କୁ ସବସିଡି ଆକାରରେ ଅଟା ୪୦ ଟଙ୍କା, ଚିନି ୭୦ ଟଙ୍କା ଓ ଘିଅ ୩୦୦ ଟଙ୍କା ରେ ମିଳିବ ବୋଲି ଜଣାପଡିଛି । ସେହିପରି ଏହି ଲୋକଙ୍କୁ ଡାଲି ଚାଉଳରେ କିଲୋ ପ୍ରତି ୧୫ ରୁ ୨୦ ଟଙ୍କା ଛାଡ ମିଳିବ ବୋଲି ଜଣାପଡ଼ିଛି ।

Related Articles

Back to top button