ପାକିସ୍ତାନ ବଡ଼ ଉଦ୍ୟୋଗ ଉପରେ ଲାଗୁ କଲା ୧୦% ସୁପର ଟ୍ୟାକ୍ସ, ସେୟାର ବଜାର ଧରାଶାୟୀ

ପାକିସ୍ତାନ ସରକାରର ଏହି ନିଷ୍ପତ୍ତି ପରେ ଷ୍ଟକ ଏକ୍ସଚେଞ୍ଜ ଧରାଶାୟୀ ହୋଇଛି

ପାକିସ୍ତାନର ଦୁର୍ବଳ ଅର୍ଥବ୍ୟବସ୍ଥା, ରାଜସ୍ୱ ବଢାଇବା ଏବଂ ଦରବୃଦ୍ଧିକୁ ନଜରରେ ରଖି ଦେଶର ବଡ଼ ବଡ଼ ଉଦ୍ୟୋଗ ଉପରେ ୧୦ ପ୍ରତିଶତ ସୁପର ଟ୍ୟାକ୍ସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ରାଷ୍ଟ୍ରକୁ ସମ୍ୱୋଧିତ କରି ଏହି ଘୋଷଣା କରିଛନ୍ତି । ପାକିସ୍ତାନ ସରକାରର ଏହି ନିଷ୍ପତ୍ତି ପରେ ଷ୍ଟକ ଏକ୍ସଚେଞ୍ଜ ଧରାଶାୟୀ ହୋଇଛି।

ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ସରିଫ ଘୋଷଣା କରି ରାଜ୍ୟସ୍ୱ ବଢାଇବା ଏବଂ ଦରବୃଦ୍ଧିରେ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଦେଶର ବଡ଼ ଉଦ୍ୟୋଗ ଉପରେ ୧୦ ପ୍ରତିଶତ ସୁପର ଟ୍ୟାକ୍ସ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦେଶର ବଡ଼ ଉଦ୍ୟୋଗରେ ସିମେଣ୍ଟ, ଷ୍ଟିଲ, ଚିନି, ଅୟଲ ଆଣ୍ଡ ଗ୍ୟାସ, ସାର, ଏଲଏନଜି ଟର୍ମିନାଲ, ବୟନ ଶିଳ୍ପ, ବ୍ୟାଙ୍କିଂ, ଅଟୋମୋବାଇଲ ଏବଂ ସିଗାରେଟ୍ ସହ ଜଡିତ ଉଦ୍ୟୋଗ ଉପରେ ଏହି 10 ପ୍ରତିଶତ ସୁପର ଟ୍ୟାକ୍ସ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଦେଶବାସୀଙ୍କୁ ସମ୍ୱୋଧିତ କରି ଶହବାଜ ସରିଫ କହିଛନ୍ତି, ଦେଶକୁ ଭୟଙ୍କର ସଂକଟରୁ ବାହାର କରିବା ପାଇଁ ମେଣ୍ଟ ସରକାରକୁ ଏହି କଠୋର ନିଷ୍ପତ୍ତି ନେବାକୁ ପଡିଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହି ଘୋଷଣା ପରେ ସେଠାକାର ଷ୍ଟକ ଏକ୍ସଚେଞ୍ଜ ଧରାଶାୟୀ ହୋଇଛି। ମାତ୍ର କିଛି ମିନିଟ ଭିତରେ ୨୦୦୦ ଅଙ୍କ ତଳକୁ ଖସିଆସିଥିଲା। ପାକିସ୍ତାନ ସରକାର ବର୍ତ୍ତମାନ ସୁଦ୍ଧା ଇନ୍ଧନ ମୂଲ୍ୟ, ବିଦୁଳି ଦରଠୁ ଆରମ୍ଭ କରି ଟ୍ୟାକ୍ସ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ସରକାରୀ ଖର୍ଚ୍ଚକାଟ ମଧ୍ୟ କରାଯାଇଛି । ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡର ସଂଚୟ ୧୦ ବିଲିୟନ ଡଲାରଠୁ ବି କମ ରହିଛି। ଏଥିରେ କେବଳ ଦୁଇ ମାସର ହିଁ ଆମଦାନୀ ସମ୍ଭବ ହୋଇପାରିବ। ଉଲ୍ଲେଖଯୋଗ୍ୟ ଗୋଟିଏ ବର୍ଷର ଆମଦାନୀ ଏବଂ ଋଣ ପରିଶୋଧ ପାଇଁ ପାକିସ୍ତାନକୁ ବର୍ଷକୁ ୪୧ ବିଲିୟନ ଡଲାର ଆବଶ୍ୟକ ରହିଥାଏ।

Related Articles

Back to top button