ଋଣ ପାଇଁ ଆଇଏମଏଫ ସର୍ତ୍ତ ମାନିବାକୁ ପାକିସ୍ତାନ ବାଧ୍ୟ ହେଲା, କମାଇଲା ପ୍ରତିରକ୍ଷା ବଜେଟ୍

ପାକିସ୍ତାନର ଆର୍ଥିକ ଦୂରାବସ୍ଥା ବଢିବାରେ ଲାଗିଛି। ସଂପ୍ରତି ଏହାର ପ୍ରଭାବ ସେନା ଉପରେ ଦେଖିବାକୁ ମିଳିଲାଣି। ନିଜ ଦେଶକୁ ଚଳାଇବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ) ଉପରେ ନିର୍ଭରଶୀଳ ପାକିସ୍ତାନ। ଆଉ ଆଇଏମଏଫର ସର୍ତ୍ତ ମଧ୍ୟ ମାନିବାକୁ ପଡିବ। ଏଥିରୁ ଗୋଟିଏ ସର୍ତ୍ତ ହେଉଛି ନୂତନ ଆର୍ଥିକ ବଜେଟ୍‌ରେ ବଳକା ଅର୍ଥ ଦେଖାଇବାକୁ ପଡିବ। ଏହି ସର୍ତ୍ତ ପୂରଣ କରିବା ପାଇଁ ପାକିସ୍ତାନକୁ ନିଜର ସୈନ୍ୟ ବଜେଟ୍ ହ୍ରାସ କରିବାକୁ ପଡିଛି।

ଜୁନ ୧୦ରେ ନ୍ୟାସନାଲ ଆସେମ୍ବଲିରେ ଉପସ୍ଥାପିତ ନୂତନ ବଜେଟ୍‌ରେ ସେନା ଉପରେ ୩୬୩ ଅରବ  ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଥିଲା। ମାତ୍ର ଏହି ବଜେଟ୍‌କୁ ହ୍ରାସ କରାଯାଇ ୨୯୧ ଅରବ ଟଙ୍କା ରଖାଯାଇଛି। ଏହି ପରି ଭାବେ ପାକିସ୍ତାନକୁ ନିଜ ସେନା ବଜେଟରେ ୨୦ ପ୍ରତିଶତ ହ୍ରାସ କରିବାକୁ ପଡିଛି।

ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟ ସଂଶୋଧିତ ବଜେଟ୍‌କୁ ସଂସଦରୁ ମଞ୍ଜୁରୀ ମିଳିବା ପରେ ଏହାର ଆନୁଷ୍ଠାନିକ ସୂଚନା ଦେଇଛି। ସଂଶୋଧିତ ବଜେଟ୍ ଅନୁସାରେ ପାକିସ୍ତାନ  ସେନା ପାଇଁ ଆବଣ୍ଟିତ ୭୨ ବିଲିୟନ ଟଙ୍କା ଅର୍ଥାତ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଗତ କିଛି ବର୍ଷରେ ଦ୍ଵିତୀୟ ଥର ପାକିସ୍ତାନକୁ ରକ୍ଷା ବଜେଟ୍ ହ୍ରାସ କରିବାକୁ ପଡିଛି। ଗତ ବର୍ଷ ପାକିସ୍ତାନ ସେନା ପାଇଁ ୩୪୦ ବିଲିୟନ ଟଙ୍କା ଆବଣ୍ଟିତ କରିଥିଲା। ମାତ୍ର ୨୭୦ ବିଲିୟନ ଟଙ୍କା ଖର୍ଚ୍ଚ କରିଥିଲା।

ଅର୍ଥ ମନ୍ତ୍ରଣାଳୟର ଅଧିକାରୀଙ୍କ କହିବା କଥା ଅଇଏମଏଫ ଦ୍ଵାରା ନିର୍ଦ୍ଧାରିତ ଲକ୍ଷ୍ୟକୁ ପୂରା କରିବା ପାଇଁ ସେନା ବଜେଟ୍ ହ୍ରାସ କରାଯାଇଛି। ସରକାର ଲକ୍ଷ୍ୟ ରଖିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ରୁ ୧୫୩ ବିଲିୟନ ଟଙ୍କା ବଳକା ରହୁ।

Related Articles

Back to top button