
ଆକାଶମାର୍ଗ ଭାରତ ପାଇଁ ବନ୍ଦ କଲା ପାକିସ୍ତାନ
ପେହଲଗାମରେ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ । ଭାରତର ବଡବଡ ଆକ୍ସନ ପରେ ବିଳିବିଳେଇଲା ପାକିସ୍ତାନ । ଗତକାଲି ପାକିସ୍ତାନ ଉପରେ ଭାରତ କୂଟନୈତିକ ପ୍ରହାର କରିଥିବା ବେଳେ ଆଜି ପାକିସ୍ତାନ ତାର ଅସଲ ମୁଖା ଦେଖାଇଦେଲା ଆଉ ଆକାଶମାର୍ଗ ଭାରତ ପାଇଁ ବନ୍ଦ କଲା ପାକିସ୍ତାନ ।ତେବେ ଆଜି ପାକ୍ ପ୍ରଧାନମନ୍ତ୍ରୀ ସରିଫ ସୁରକ୍ଷା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ଯେଉଁ ବୈଠକରେ ୩ ସେନାର ମୁଖ୍ୟ ସାମିଲ ଥିଲେ ଏବଂ ବୈଠକରେ ଭାରତ ପାଇଁ ଆକାଶମାର୍ଗ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ନଦୀ ଜଳ ବନ୍ଦ ଯୁଦ୍ଧ ବୋଲି ଧରାଯିବ କହି ପାକିସ୍ତାନ ଭାରତ ସହ ସମସ୍ତ ପ୍ରକାର କାରବାର ବନ୍ଦ କରିଛି । ଏଥିସହ ୱାଘା ସୀମା ମଧ୍ୟ ବନ୍ଦ କରିଛି ପାକିସ୍ତାନ ।