
ପହଲଗାମ ଆକ୍ରମଣରେ ପାକିସ୍ତାନର ନାହିଁ କୈାଣସି ସମ୍ପର୍କ : ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖଓ୍ବାଜା ଆସିଫ
ପହଲଗାମ ଆକ୍ରମଣ ପରେ ପାକିସ୍ତାନର ପ୍ରତିକ୍ରିୟା ଆସିଛି । ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖଓ୍ବାଜା ଆସିଫ କହିଛନ୍ତି ଯେ, ଏହି ଆକ୍ରମଣ ସହିତ ପାକିସ୍ତାନର କୌଣସି ସମ୍ପର୍କ ନାହିଁ । ସେ କହିଛନ୍ତି, ଆକ୍ରମଣଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଘଟୁଛି । ଲୋକମାନେ ନିଜର ଅଧିକାର ମାଗୁଛନ୍ତି । ହିନ୍ଦୁତ୍ବବାଦୀ ଶକ୍ତିମାନେ ଲୋକଙ୍କୁ ଶୋଷଣ କରୁଛନ୍ତି । ଏହା ତା’ ବିରୁଦ୍ଧରେ ଏକ ବିପ୍ଳବ ।
ସେ ଆହୁରୀ କହିଛନ୍ତି, ଏଥିରେ ପାକିସ୍ତାନର କୌଣସି ସମ୍ପର୍କ ନାହିଁ । ଏ ସବୁ ତାଙ୍କ ନିଜ ଘରେ ଘଟୁଛି । ବିଭିନ୍ନ ରାଜ୍ୟରେ ଭାର ବିରୁଦ୍ଧରେ ବିପ୍ଳବ ଘଟୁଛି । ନାଗାଲାଣ୍ଡରୁ କାଶ୍ମୀର ପର୍ଯ୍ୟନ୍ତ, ଦକ୍ଷିଣରେ, ଛତିଶଗଡ଼ରେ ଏବଂ ମଣିପୁରରେ ମଧ୍ୟ । ଏ ସମସ୍ତ ସ୍ଥାନରେ ଭାରତ ସରକାର ବିରୋଧରେ ବିପ୍ଳବ ଘଟୁଛି ।ଏଠାରେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, ଖଓ୍ବାଜା ଆସିଫ ପାକିସ୍ତାନର ଶାସକ ବିଏମଏଲ-ଏନ ଦଳର ଜଣେ ବରିଷ୍ଠ ନେତା ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଜଣେ ଘନିଷ୍ଠ ସହଯୋଗୀ । ଏହି ଆକ୍ରମଣ ପାଇଁ ସେ ଘରୋଇ ଶକ୍ତିକୁ ଦାୟୀ କରିଛନ୍ତି ।