ଇସ୍ତଫା ଦେଲେ ଭାରତୀୟ ପୁରୁଷ ହକି ଦଳର କୋଚ୍ ଗ୍ରାହମ ରିଡ୍

ନୂଆଦିଲ୍ଲୀ: ହକି ବିଶ୍ୱକପରେ ଭାରତୀୟ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏପରିକି ଘରୋଇ ଗ୍ରାଉଣ୍ଡ, ପ୍ରତିକୂଳ ପାଗ ଏବଂ ବିପୁଳ ସମର୍ଥନ ସତ୍ତ୍ୱେ କ୍ୱାର୍ଟର ଫାଇନାଲକୁ ଯାଇ ପାରି ନଥିଲା ଭାରତ । ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍ ଗ୍ରାହମ ରିଡ୍ ଇସ୍ତଫା ଦେଇଛନ୍ତି ।

ଗ୍ରାହମ ରିଡଙ୍କ ସହ ଆନାଲିଟିକାଲ୍ କୋଚ୍ ଗ୍ରେଗ୍ କ୍ଲର୍କ ଏବଂ ବୈଜ୍ଞାନିକ ପରାମର୍ଶଦାତା ମିଚେଲ୍ ଡେଭିଡ୍ ଇସ୍ତଫା ଦେଇଥିବା ଜଣାପଡ଼ିଛି । ୩ ଜଣଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛି ହକି ଇଣ୍ଡିଆ । ଭୁବନେଶ୍ୱରରେ ହକି ବିଶ୍ୱକପ୍ ସରିବାର ଦିନକ ପରେ ଗ୍ରାହମ ରିଡ୍ ଭାରତୀୟ ହକି ଦଳର କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ।

ଇସ୍ତଫା ପରେ ବି ୩ ଜଣ ମାସେ ଯାଏ ନୋଟିସ୍ ପିରିୟଡରେ ରହିବେ । ଗ୍ରାହମ ଓ ତାଙ୍କ ଟିମ୍ ପାଇଁ ଅଲିମ୍ପିକରେ ଭାରତ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ହାତେଇଥିଲା । ଏହାଛଡ଼ା ବର୍ମିଂହାମ ଅନ୍ତର୍ଜାତୀୟ କ୍ରୀଡ଼ାରେ ରୌପ୍ୟ ଏବଂ ଏଫ୍ଆଇଏଚ୍ ୨୦୨୧-୨୨ ସଂସ୍କରଣରେ ଭାରତ ତୃତୀୟ ସ୍ଥାନରେ ରହିଥିଲା । ରିଡ୍ କୋଚ୍ ଥିବାବେଳେ ଭାରତ ୨୦୧୯ ଏଫ୍ଆଇଏଚ୍ ବିଶ୍ୱ ସିରିଜ୍ ଫାଇନାଲ୍ ଜିତିଥିଲା ।

Related Articles

Back to top button