ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ଚିକିତ୍ସାଧିନ ଅବସ୍ଥାରେ ପରଲୋକ

ପାକିସ୍ତାନ : ପାକସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ପରଲୋକ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି  । ଅନେକ ଦିନ ଧରି ସେ ଅସୁସ୍ଥ ହୋଇ ଦୁବାଇର ଏକ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିଲେ। ଆଜି ୟୁଏଇ ସ୍ଥିତ ଆମେରିକାନ୍‌ ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପରଭେଜ୍ ମୁଶାରଫ୍‌ଙ୍କ ଦେହାନ୍ତ ନେଇ ପରିବାର ଲୋକ ସୂଚନା ଦେଇଛନ୍ତି। ଅସୁସ୍ଥତା ଯୋଗୁଁ ୨ ସପ୍ତାହ ହେବ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବିଶେଷ କରି ‘ଅମାଇଲାଇଡୋସିସ୍‌’ ନାମକ ବିରଳ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ। ତାଙ୍କର ପରଲୋକ ହୋଇଥିବା ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରସାର କରାଯାଇଛି।

ସୂଚନା ଯୋଗ୍ୟ ଯେ, ପରଭେଜ୍ ମୁଶାରଫ୍‌ ପାକିସ୍ତାନର ୧୦ତମ ରାଷ୍ଟ୍ରପତି ଥିଲେ। କାରଗିଲ ଯୁଦ୍ଧବେଳେ ପରଭେଜ ମୁଶରଫ ସେନାମୁଖ୍ୟ ଥିଲେ ଏବଂ ଭାରତ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ।

Related Articles

Back to top button