
ହଂକଂ ଏୟାରପୋର୍ଟ ଅଥରିଟି ମାଗଣାରେ ବିମାନ ଟିକେଟ ଦେଉଛି
ହଂକଂ: କରୋନା ଭାଇରସ ମହାମାରୀ ପରେ ହଂକଂ ପର୍ଯ୍ୟଟନ ବନ୍ଦ ପଡିଛି। ଦେଶରେ ପୁଣି ପର୍ଯ୍ୟଟନ ଆରମ୍ଭ କରିବା ପାଇଁ ଏବେ ବିମାନ ଟିକେଟ ମାଗଣା ଦିଆଯାଉଛି। କରୋନା ପୂର୍ବରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ହଂକଂ ଭ୍ରମଣରେ ଯାଉଥିଲେ। ତେବେ କରୋନା କାଳ ପରେ ଲଗାତାର ହଂକଂରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ହୋଇଚାଲିଛି। ଏଣୁ ହଂକଂକୁ ବ୍ୟାପକ କ୍ଷତି ସହିବାକୁ ପଡୁଥିବା ବେଳେ ପର୍ଯ୍ୟଟନ ଉଦ୍ୟୋଗକୁ ସହଯୋଗ ଲାଗି ମାଗଣା ଯାତ୍ରାର ଅଫର ଦିଆଯାଉଛି।
ହଂକଂ ପର୍ଯ୍ୟଟନ ପ୍ରୋତ୍ସାହନ ଲାଗି ନୂଆ ଯୋଜନା ହାତକୁ ନେଇଛି। ଏଥିରେ ହଂକଂ ଏୟାରପୋର୍ଟ ଅଥରିଟି ୫ଲକ୍ଷ ଏୟାର ଟିକେଟ୍ ମାଗଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟିକେଟ୍ ଆଗାମୀ ବର୍ଷ ଆବଣ୍ଟିତ ହେବାକୁ ଥିବା ବେଳେ ଏ ବାବଦେ ପ୍ରାୟ ୨୫୪.୮ ମିଲିୟନ ଡଲାର ବ୍ୟୟ ହେବ ବୋଲି ଜଣାପଡିଛି। ହଂକଂ ବିମାନ ଉଦ୍ୟୋଗର ସହାୟତା ଲାଗି ପ୍ୟାକେଜ୍ ର ଅଂଶ ସ୍ୱରୁପ ଏହିଟିକେଟ ଦିଆଯିବ। ଦେଶରେ କରୋନା କାଳରେ ଲାଗୁ କଡ଼ା ପ୍ରତିବନ୍ଧକ ହଟିବା ପରେ ସହରରେ ଦ୍ୱିତୀୟବାର ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି।
ହଂକଂ କଡା କୋଭିଡ କଟକଣା ଲାଗି ବିଶ୍ୱରୁ ବିଛିନ୍ନ ହୋଇପଡିଥିଲା। କଟକଣାରେ ଯଦି କେହି ପର୍ଯ୍ୟଟକ ହଂକଂ ଆସୁଥିଲା ତାକୁ ହୋଟେଲର ରୁଦ୍ଧ କୋଠରୀରେ ୨୧ ଦିନ ବିତାଇବାକୁ ପଡୁଥିଲା। ଏଣୁ ହଂକଂକୁ କେବଳ ଦେଶର ନାଗରିକ ଛାଡି ଦେଲେ ପର୍ଯ୍ୟଟକଙ୍କ ଆବାଗମନ ହ୍ରାସ ହୋଇଥିଲା। ତେବେ ସେପ୍ଟେମ୍ବର ୨୬ ତାରିଖରେ ଅଧିକାରୀକ ଭାବେ କରୋନା କଟକଣା ପ୍ରତ୍ୟାହାର କରି ନିଆଯାଇଛି। ଯଦିଓ କରୋନା କଟକଣା ହଟାଇ ଦିଆଯାଇଛି ତଥାପି ହଂକଂ ଆସିଲେ ଲୋକଙ୍କୁ କିଛି ନିୟମ ପାଳନ କରିବାକୁ ପଡୁଛି।
ଏଥିରେ ହଂକଂ ଆସୁଥିବା ଅନ୍ତର୍ଜାତୀ ଯାତ୍ରୀଙ୍କୁ ଉଡାଣ ପୂର୍ବ ଟିକାକରଣର ପ୍ରମାଣପତ୍ର ସହିତ ଏକ ନେଗେଟିଭ ଆରଟି-ପିସିଆର ରିପୋର୍ଟ ଦେବାକୁ ପଡୁଛି। ଥରେ ଦେଶ ଭିତରକୁ ପ୍ରବେଶ ଅନୁମତି ମିଳିବା ପରେ ଆଗନ୍ତୁକଙ୍କୁ ନିଜ ଦେଖରେଖରେ ୩ ଦିନ କଟାଇବାକୁ ପଡୁଛି। ଏହି କାଳରେ ସେମାନଙ୍କୁ ଖାଇବା ପାଇଁ ରେଷ୍ଟୁରାଣ୍ଟ କି ବାରକୁ ଯିବା ଉପରେ କଟକଣା ରହୁଛି। ଆଗନ୍ତୁକଙ୍କୁ ଆଗମନ ପରେ ୨, ୪ ଓ ୬ ଦିନରେ