ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ , ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା

ଲିସବନ : ପର୍ତ୍ତୁଗାଲରେ ଜଣେ ଭାରତୀୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ବେଡ ନମିଳିବାରୁ ମୃତୁ ଘଟିଛି  ।  ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ଇସ୍ତଫା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ ରାଜଧାନୀ ଲିସ୍‌ବନରେ ଭାରତର ୩୪ ବର୍ଷୀୟ ଗର୍ଭବତୀ ମହିଳାଙ୍କୁ ହୃଦଘାତ ହୋଇଥିଲା। ତାଙ୍କୁ ପ୍ରେଗ୍‌ନାନ୍ସି ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ନେବାର ଥିଲା। କିନ୍ତୁ ଏଥିରେ ବିଳମ୍ବ ହେବାରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଶିଶୁ ସୁସ୍ଥ ଥିବା କୁହାଯାଉଛି। ତେବେ ମହିଳାଙ୍କ ନାମ ଘୋଷଣା କରାଯାଇନାହିଁ।

ରାଜଧାନୀରେ ଏପରି ଘଟିଥିବାରୁ ଏହାକୁ ଗୁରୁତର ସହ ନିଆଯାଉଛି। ଯଦି ରାଜଧାନୀରେ ଏହି ଅବସ୍ଥା ତେବେ ଗ୍ରାମାଞ୍ଚଳର ସ୍ଥିତି କ’ଣ ହେଉ ନ ଥିବା ବୋଲି ଗଣମାଧ୍ୟମ ପ୍ରଶ୍ନ କରିଛି। ଏହା ପୂର୍ବରୁ ପର୍ତ୍ତୁଗାଲ ସ୍ବାସ୍ଥ୍ୟସେବାର ଦୁର୍ବଳ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠୁଥିଲା। ପର୍ତ୍ତୁଗାଲର ହସ୍ପିଟାଲଗୁଡିକରେ କର୍ମଚାରୀ ଏବଂ ଡାକ୍ତରଙ୍କ ଅଭାବ କାରଣରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସି ସାରିଛି  ।  ଏହି ସମସ୍ୟାକୁ ସମାଧାନ କରିପାରି ନ ଥିବାରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠିଥିଲା। ଏହି ଘଟଣା ପରେ ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ଇସ୍ତଫା ଦେଇଛନ୍ତି  ।

Related Articles

Back to top button