ସେପ୍ଟେମ୍ବର ୧୯ରେ ହେବ ରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାର

୪ ଦିନ ପର୍ଯ୍ୟନ୍ତ ଶେଷ ଦର୍ଶନ କରିବେ ଜନତା

ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କ ରାଜାଭିଷେକ ସହ ନୂତନ ଯୁଗର ଆରମ୍ଭ ହୋଇଛି। ଅନ୍ୟପଟେ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେପ୍ଟେମ୍ବର ୧୯ରେ ଓ୍ଵେଷ୍ଟମିନଷ୍ଟର ଏବେରେ କରାଯିବ। ଅନ୍ତିମ ସଂସ୍କାର ପୂର୍ବରୁ ମହାରାଣୀଙ୍କ ପାର୍ଥିବ ଶରୀର ଚାରି ଦିନ ପାଇଁ ଓ୍ଵେଷ୍ଟମିନଷ୍ଟର ହଲ୍‌ରେ ରଖାଯିବ, ଯଦ୍ଵାରା ସାଧାରଣ ଲୋକେ ତାଙ୍କର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଦେଇ ପାରିବେ।

ଶନିବାର ବ୍ରିଟେନର ଇତିହାସରେ ଗୁରୁତ୍ଵପୂର୍ଣ୍ଣ ଘଟଣାକ୍ରମେ ଐତିହାସିକ ସମାରୋହ ସମୟରେ ଚାର୍ଲ୍ସ ତୃତୀୟଙ୍କୁ ବ୍ରିଟେନର ସମ୍ରାଟ ଘୋଷିତ କରାଯାଇଛି। ବକିଂହାମ ପ୍ୟାଲେସ୍ ନିଜ ବୟାନରେ କହିଛି ମହାମାରୀ ଏଲିଜାବେଥ ଦ୍ଵିତୀୟଙ୍କ ଶରୀର ବାଲମୋରଲ କାସଲର ବାଲରୁମ ସ୍ଥିତ କଫିନରେ ସୁରକ୍ଷିତ ରଖାଯାଇଛି। ମର ଶରୀର କଫିନ ସହିତ ରବିବାର ସେପ୍ଟେମ୍ବର ୧୧ରେ ସଡକ ମାର୍ଗ ଜରିଆରେ ୧୮୦ ମାଇଲ୍ ଯାତ୍ରା କରି ଏଡିନବର୍ଗ ପହଞ୍ଚାଯିବ।

ଏହା ପରେ କଫିନକୁ ହୋଲିରୁଡହାଉସର ମହଲରୁ ସେଣ୍ଟ ଜାଇଲ୍ସ କାଥେଡ୍ରଲ ଅଣାଯିବ। ମଙ୍ଗଳବାର ପର୍ଯ୍ୟନ୍ତ ମର ଶରୀରକୁ କଫିନରେ ରଖାଯିବ। ଏହା ପରେ ବୁଧବାରଠୁ ଓ୍ଵେଷ୍ଟମିନଷ୍ଟର ହଲ୍‌ରେ ଲଣ୍ଡନର ବର୍କିଂହାମ ପ୍ୟାଲେ୍‌ରୁ ଅଣାଯିବ। ସେଠାରେ ଲୋକେ ତାଙ୍କର ଅନ୍ତିମ ଦର୍ଶନ କରି ପାରିବେ। ସୋମବାର ସେପ୍ଟେମ୍ବର ୧୯ରେ ଲଣ୍ଡନର ଓ୍ଵେଷ୍ଟମିନଷ୍ଟର ଏବେରେ ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାର କରାଯିବ।

Related Articles

Back to top button