ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ରାନିଲ ବିକ୍ରମସିଂଘେ। ସାଂସଦମାନେ ତାଙ୍କୁ ନୂଆ ରାଷ୍ଟ୍ରପତି ଭାବେ ଚୟନ କରିଛନ୍ତି । ବିକ୍ରମସିଂଘେ ଏବେ କାର୍ଯ୍ୟକାରୀ ରାଷ୍ଟ୍ରପତି ଅଛନ୍ତି । ନୂଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀଲଙ୍କା ସଂସଦରେ ଆଜି ସବୁ ସାଂସଦ ଉପସ୍ଥିତ ଥିଲେ । ଆଜି ସଂସଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଉପସ୍ଥିତ ଥିଲେ ।

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସଂସଦ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ଦଳ ସେମାନଙ୍କ ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିଜର ନିଜର ବୋଟ ସପକ୍ଷରେ । ଯେଉଁଥିପାଇଁ ସଂସଦରେ ଫୋନ୍ ନ ଆଣିବାକୁ ସାଂସଦଙ୍କୁ କଡ୍ଡା ନିର୍ଦ୍ଦେଶ ଦିଆଯାଇଥିଲା ।

ବାଚସ୍ପତି କହିଥିଲେ ଯେ ଆଜି ନିର୍ବାଚନ ସମୟରେ କୌଣସି ସାଂସଦ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେନି । ଗତକାଲି ଦଳର କିଛି ନେତା ସେମାନଙ୍କ ସାଂସଦମାନଙ୍କୁ ଗୁପ୍ତ ମତଦାନରେ କ୍ରସ-ଭୋଟିଂ ଯାଞ୍ଚ କରିବାକୁ ସେମାନଙ୍କ ବାଲାଟର ଫଟୋ ଉଠାଇବାକୁ କହିଥିଲେ । ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ହୋଇଥିଲା ।

Related Articles

Back to top button