ଋଷି ସୁନକ ବ୍ରିଟେନର ନୂଆ ପ୍ରଧନମନ୍ତ୍ରୀ

ଲଣ୍ଡନ: ଋଷି ସୁନକ ବ୍ରିଟେନର ନୂଆ ପ୍ରଧନମନ୍ତ୍ରୀ ଭାବେ ରାଜା ଚାର୍ଲସ ତୃତୀୟଙ୍କ ଦ୍ବାରା ନିଯୁକ୍ତି ପାଇଛନ୍ତି । ବକିଙ୍ଗହାମ୍ ରାଜାପ୍ରାସାଦରେ ରାଜା ଚାର୍ଲସଙ୍କୁ ଭେଟି ଆଲୋଚନା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି । ସୁନକ ବ୍ରିଟେନର 57 ତମ ପ୍ରଧାନମନ୍ତ୍ରୀ ଭାବେ ନିଜର ଦାୟିତ୍ବ ତୁଲାଇବେ । ଗୋଟିଏ ବର୍ଷରେ  ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି ସୁନକ । ଦୁଇଶହ ବର୍ଷ ଇତିହାସରେ ସୁନକ ହେଉଛନ୍ତି ସବୁଠାରୁ କମ ବୟସର ପ୍ରଧାନମନ୍ତ୍ରୀ ।

ବୋରିସ ଜନସନଙ୍କ ସରକାର ସମୟରେ ଅର୍ଥମନ୍ତ୍ରୀ ଥିବା ସୁନକ ଶାସକ ଦଳର ନେତା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଦୁଇ ଶହରୁ ଅଧିକାଂଶ ସାଂସଦ ସୁନକଙ୍କୁ ସମର୍ଥନ ଦେଇଥିବାରୁ ସୁନକ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ଥିଲା । ବ୍ରିଟେନର ଅର୍ଥନୀତିକୁ ସୁଧାରିବାକୁ ସୁନକ ଯେଉଁ ଆଶା ଦେଖାଇଥିଲେ ତାହାକୁ ଦେଶର ଜନତାଙ୍କ ଠାରୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ସମର୍ଥନ କରୁଛନ୍ତି ।

Related Articles

Back to top button