୯୧ ବର୍ଷୀୟ ଅରବପତି ମିଡିଆ ସମ୍ରାଟ ରୁପର୍ଟ ମର୍ଡକ୍‌ଙ୍କ ଚତୁର୍ଥ ଛାଡପତ୍ର

ଅରବପତି ମିଡିଆ ସମ୍ରାଟ ରୁପର୍ଟ ମର୍ଡକ୍‌ ଙ୍କ ଚତୁର୍ଥ ଥର ପାଇଁ ଛାଡପତ୍ର । ୯୧ ବର୍ଷୀୟ ମର୍ଡକ ୪ର୍ଥ ଥର ପାଇଁ ଛାଡପତ୍ର ଦେବାକୁ ଯାଉଛନ୍ତି। ଶେଷଥର ସେ ୨୦୧୬ରେ ଆମେରିକୀୟ ଅଭିନେତ୍ରୀ ତଥା ମଡେଲ ଜେରି ହଲ୍‌ଙ୍କୁ ବିବାହ କରିଥିଲେ।

 ୬ ବର୍ଷ ପରେ ଉଭୟ ପରସ୍ପରକୁ ଛାଡପତ୍ର  ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।   ୧୯୫୬ରେ ମର୍ଡକ ପ୍ୟାଟ୍ରିସିଆ ବ୍ଲକରଙ୍କୁ ବିବାହ କରିଥିଲେ। ଏହି ବୈବାହିକ ସମ୍ପର୍କ ୧୯୬୭ ପର୍ଯ୍ୟନ୍ତ  ଯାଇଥିଲା।

ଏହାପରେ ୧୯୬୭ରେ ଆନ୍ନା ମାରିଆ ଟୋର୍ଭଙ୍କୁ ବିବାହ କରି ୧୯୯୯ରେ ଛାଡପତ୍ର ନେଇଥିଲେ।  ତୃତୀୟ ଥର ସେ ୧୯୯୯ରେ ଓ୍ୱେଣ୍ଡି ଡେଙ୍ଗ୍‌ଙ୍କୁ  ବିବାହ କରିଥିଲେ। ୨୦୧୩ ପର୍ଯ୍ୟନ୍ତ ଏହି ସମ୍ପର୍କ ତିଷ୍ଠିଥିଲା। ୮୫ ବର୍ଷ ବୟସରେ ସେ ୬୫ ବର୍ଷୀୟ ଅଭିନେତ୍ରୀ ତଥା ମଡେଲ  ଜେରି ହଲ୍‌ଙ୍କୁ ବିବାହ କରିଥିଲେ।

୧୯୫୦  ଓ ୬୦ ଦଶକରେ ମର୍ଡକ ଅଷ୍ଟ୍ରେଲିଆ  ଓ ନ୍ୟୁଜଲ୍ୟାଣ୍ଡର ଅନେକ  ଗଣମାଧ୍ୟମ ସଂସ୍ଥା କିଣିଥିଲେ।  ୧୯୬୯ରେ ସମଗ୍ର ବ୍ରିଟେନ୍‌ରେ ସେ ନିଜ ବ୍ୟବସାୟ ବିସ୍ତାର କରିଥିଲେ।  ୨୦୦୦ ପର୍ଯ୍ୟନ୍ତ ସେ ୫୦ ଦେଶର ୮୦୦ କମ୍ପାନିର ମାଲିକ ହୋଇଥିଲେ। । ବର୍ତ୍ତମାନ ସେ ୧.୩୮ ଲକ୍ଷ କୋଟିର ସମ୍ପତ୍ତିର ଅଧିକାରୀ।

Related Articles

Back to top button