ଗୋଟିଏ ଦିନରେ ୩୭ ଲକ୍ଷ ଟଙ୍କାର ବିଜୁଳି ବିଲ୍

ବିଜୁଳିର ଅଧିକ ବ୍ୟବହାରକୁ ନେଇ ସାଧାରଣତଃ ଲୋକେ ଚିନ୍ତିତ ରହୁନ୍ତି । କାରଣ ଯେତେ ଅଧିକ ବିଜୁଳି ବ୍ୟବହାର ହେବ, ସେତେ ଅଧିକ ବିଲ ଆସିବ । ତେବେ ଜଣେ ସାଧାରଣ ବ୍ୟକ୍ତିଙ୍କ ଗୋଟିଏ ଦିନର ବିଦ୍ୟୁତ୍ ବିଲ୍ କେତେ ହୋଇପାରେ ? ଯଦି କେହି କୁହେ ୩୭ ଲକ୍ଷ ତେବେ ଏହା ଉପରେ ବିଶ୍ୱାସ କରିବା ସମ୍ଭବ ନୁହେଁ । କିନ୍ତୁ ଏହା ସତ । ଜଣେ ମହିଳା ନିଜର ସ୍ମାର୍ଟ ମିଟର ଚେକ୍ କରିବା ସମୟରେ ଗୋଟିଏ ଦିନରେ ସେ £୪୦,୦୦୦ (୩୭ ଲକ୍ଷ ଟଙ୍କା)ର ବିଜୁଳି ବ୍ୟବହାର କରିଥିବା ଜାଣିବାକୁ ପାଇଥିଲେ।

ମିରର ରିପୋର୍ଟ ଅନୁସାରେ, ବ୍ରିଟେନର ୨୫ ବର୍ଷୀୟା ମାଇଲ୍ସ ପ୍ରାୟର ସକାଳେ ଉଠି ନିଜର ଏସଏସଇ ସ୍ମାର୍ଟ ମିଟର ଦେଖି ଚକିତ ହୋଇଥିଲେ । ପ୍ରଥମେ ତାଙ୍କର ଦୈନିକ ବିଜୁଳି ବ୍ୟବହାର ବିଲ୍ £ ୧.୮୦ ରହୁଥିଲା, କିନ୍ତୁ ସେହି ଦିନ ସ୍ମାର୍ଟ ମିଟରରେ ଟଙ୍କା ବହୁ ଅଧିକ ଥିଲା । ଯାହାକୁ ଦେଖି ସେ ଚକିତ ହୋଇପଡିଥିଲେ ।

ଯୁବତୀ କହିଛନ୍ତି, ‘ଆମେ ସବୁ ଲାଇଟ୍ ବନ୍ଦ କରି ଶୋଇଥାଉ, ଆମର ଏଠି କୌଣସି ବେଆଇନ ରେଭ୍ ପାର୍ଟି ଚାଲେ ନାହିଁ । ଆମେ ବାସ୍ତବରେ ଏପରି କିଛି କରୁ ନାହୁଁ, ଯେଉଁଥି ପାଇଁ ଏହି ବିଲକୁ ଦଥର୍ଥା ଦର୍ଶାଯାଇ ପାରିବ’। ଏହାସହ ସେ କହିଛନ୍ତି, ‘ଏହି ବିଲ ଦେଖି ମୁଁ ଚିନ୍ତିତ ହୋଇପାଡିଥିଲି, ଏହା ଏକ ଖରାପ ଖବର ଥିଲା। ଏହା ହୃଦଘାତ ପରି ଥିଲା’।

ଯୁବତୀ ଜଣଙ୍କ ୱେଷ୍ଟ ସସେକ୍ସର ପେଣ୍ଟବର୍ଥରେ ଦୁଇ ବେଡ୍ ରୁମ ଥିବା ଫ୍ଲାଟରେ ରୁହନ୍ତି । ତେବେ ବିଜୁଳି ବିଭାଗର କୌଣସି ତ୍ରୁଟି ଯୋଗୁଁ ଏପରି ହୋଇଥିବା କୁହାଯାଉଛି। ଏନେଇ ଯୁବତୀ ଜଣଙ୍କ ବିଜୁଳି ବିଭାଗକୁ ଅବଗତ କରାଇଛନ୍ତି।

Related Articles

Back to top button