ଇମ୍ରାନ୍ ଖାନଙ୍କ ଗିରଫ ପରେ ପାକିସ୍ତାନରେ ଉତ୍ତେଜନା, ଭିଡ ଉପରେ ଗୁଳି ଚଳାଇଲା ସେନା

ନୂଆଦିଲ୍ଲୀ: ପାକିସ୍ତାନର ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଗିରଫ ପରେ ତାଙ୍କର ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପୁରା ଦେଶରେ ଇମ୍ରାନ ଖାନଙ୍କ ସମର୍ଥକମାନେ ଜଳାପୋଡ଼ା କରୁଛନ୍ତି। ବିକ୍ଷୋଭକାରୀମାନେ ଲାହୋରରେ ସେନା କମାଣ୍ଡରଙ୍କ ବାସଭବନ ଏବଂ ରାୱଲପିଣ୍ଡିରେ ସେନା ମୁଖ୍ୟାଳୟ ପରିସରରେ ପ୍ରବେଶ କରିଛନ୍ତି। ସ୍ଥିତିକୁ ନଜରରେ ରଖି ପୂରା ପାକିସ୍ତାନରେ ୧୪୪ ଧାରା ଲାଗୁ କରାଯାଇଛି ଏବଂ ଗୁଳି ଚଳାଇବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାପରେ ରାୱଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟ ନିକଟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସେନା ଗୁଳି ଚଳାଇଛି। କ୍ୱେଟାରେ ଜଣେ ପିଟିଆଇ କର୍ମଚାରୀଙ୍କୁ ଗୁଳି କରାଯାଇଛିଅ ଏବଂ ଅନେକ ଲୋକଙ୍କ ଆହତ ହେବାର ଖବର ଅଛି। ତେବେ ଇମ୍ରାନ ଖାନ ଗିରଫ ହେବା ପରେ ପାକିସ୍ତାନର ଅବସ୍ଥା ବିଗିଡିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ପାକିସ୍ତାନରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ହୋଇଯାଇଛି।

ମଙ୍ଗଳବାର ପାକିସ୍ତାନୀ ସୈନିକମାନେ ତାଙ୍କୁ ଇସଲାମାବାଦ ହାଇକୋର୍ଟରୁ ଟାଣି ନେଇଥିଲେ। ଯେତେବେଳେ ଇମ୍ରାନ ଖାନ ଜାମିନ ପାଇଁ କୋର୍ଟକୁ ଆସିଥିଲେ, ଏବଂ ସେ ବାୟୋମେଟ୍ରିକ ମେସିନ ଆଗରେ ତାଙ୍କ ପରିଚୟ ଦେଉଥିଲେ, ସେହି ସମୟରେ ସୈନିକମାନେ ଗ୍ଲାସ ଭାଙ୍ଗି ଭିତରକୁ ପ୍ରବେଶ କରି ଇମ୍ରାନଙ୍କ କଲର ଘୋଷାଡ଼ି ନେଇଯାଇଥିଲେ।

ଏହିପରି ଭାବେ ପାକିସ୍ତାନ ରାଜନୀତିର ନଗ୍ନ ଚେହେରା ପୁଣିଥରେ ଦୁନିଆ ଆଗକୁ ଆସିଛି। ଯାହା ପାକିସ୍ତାନକୁ ଦୁନିଆ ଆଗରେ ଲଜ୍ଜିତ କରିଛି। ନିଜେ ପାକିସ୍ତାନରେ ଇମ୍ରାନ ଖାନଙ୍କ ଗିରଫଦାରୀ ଏବଂ ତାଙ୍କ ପଦ୍ଧତିକୁ ନେଇ ଅସନ୍ତୋଷ ଦେଖାଯାଉଛି। ବର୍ତ୍ତମାନ ଲାହୋର, କରାଚି ଭଳି ସହରରେ ପ୍ରଦର୍ଶନ ପ୍ରଦର୍ଶନ କରାଯାଇଛି ଏବଂ ପୋଲିସ ବ୍ୟାରିକେଡ୍ ଲଗାଇଛି। ଇମ୍ରାନ ଖାନଙ୍କ ଅନେକ ସମର୍ଥକଙ୍କୁ ଗିରଫ କରାଯାଇଥିବାବେଳେ ଇସଲାମାବାଦରେ ଧାରା ୧୪୪ଲାଗୁ କରାଯାଇଛି।

Related Articles

Back to top button