ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ରୁଷ୍‌ର ସମର୍ଥନ

ମସ୍କୋ : ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ରୁଷ୍‌ ପୁନର୍ବାର ସମର୍ଥନ କରିଛି। ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ ୟୁଏନଏସସିର ଗୁରୁତ୍ବ ବୃଦ୍ଧି ଦିଗରେ ଭାରତ ଉଲ୍ଲେଖନୀୟ ଅବଦାନ କରିଆସୁଛି। ବିଭିନ୍ନ ବୈଶ୍ବିକ ଓ ଆଞ୍ଚଳିକ ସମସ୍ୟାର ସମାଧାନ ଦିଗରେ ଭାରତ ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ। ଏହା ସହିତ ଭାରତ ଏବେ ଏକ ବିକଶିତ ରାଷ୍ଟ୍ର ଭାବେ ଆଗକୁ ବଢୁଛି। ଏହାର ଜନସଂଖ୍ୟା ବିଶ୍ବର ଅନ୍ୟ ଦେଶର ଜନସଂଖ୍ୟା ଠାରୁ ସର୍ବାଧିକ ହେବାକୁ ଯାଉଛି। ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏହାର କୂଟନୈତିକ ଅଭିଜ୍ଞତା ଉଲ୍ଲେଖନୀୟ ବୋଲି ଲାଭରୋଭ କହିଛନ୍ତି। ଡିସେମ୍ବର ୭ରେ ମସ୍କୋରେ ଅନୁଷ୍ଠିତ ପ୍ରିମାକୋଭ ଇଣ୍ଟରନ୍ୟାସନାଲ ଫୋରମରେ ଲାଭରୋଭ ଏହା କହିଛନ୍ତି। ସାଙ୍ଘାଇ ସମନ୍ବୟ ସଂଗଠନ (ଏସସିଓ) ସମେତ ବିଭିନ୍ନ ଆନ୍ତର୍ଜାତିକ ସଂଗଠନରେ ଭାରତ ସକ୍ରିୟ ଭୂମିକା ନିର୍ବାହ କରିଆସୁଛି ବୋଲି ସେ କହିଛନ୍ତି। ଗତ ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ପରିଷଦର ୭୭ତମ ଅଧିବେଶନରେ ଲାଭରୋଭ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଥିଲେ।

Related Articles

Back to top button