
ଗୋଟିଏ ରାତିରେ ୟୁକ୍ରେନ୍ ଉପରେ ୩୬ ରକେଟ ମାଡ଼ କଲା ରୁଷିଆ
କ୍ୱିଭ୍ : ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ଶନିବାର ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡମିୟର ଜେଲେନେସ୍କି ସୂଚନା ପ୍ରଦାନ କରିଛନ୍ତି ଯେ, ଗୋଟିଏ ରାତିରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିର୍ଦ୍ଦେଶରେ ଏଭଳି ବର୍ବର କାର୍ଯ୍ୟ କରାଯାଇଛି। ଜେଲେନେସ୍କି ସୋସିଆଲ ମିଡ଼ିଆରେ ଏନେଇ ସୂଚନା ଦେଇଛନ୍ତି।
ରକେଟ ମାଡ଼ରେ ଦେଶର ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ସହିତ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବ୍ୟହତ ହୋଇଛି। ଏହାଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।