ରୁଷର ଦୁଇଟି ଏୟାରବେସ୍ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ; ତିନିଜଣ ସୈନିକଙ୍କ ମୃତ୍ୟୁ

କିଭ୍‌: ଦିନ ଯେତିକି ଯେତିକି ଗଡ଼ୁଛି ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ସେତିକି ସେତିକି ବଢ଼ିବାରେ ଲାଗିଛି । ୟୁକ୍ରେନ୍‌ ଉପରେ ରୁଷର ଘନଘନ ଆକ୍ରମଣ ପରେ ଏବେ ୟୁକ୍ରେନ୍‌ ସାଜିଛି ରକ୍ତମୁଖା । ଗତକାଲି ଅର୍ଥାତ୍‌ ସୋମବାର ରୁଷର ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଦୁଇଟି ଏୟାରବେସ୍ ଉପରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣ କରିଛି । ଏହି ଆକ୍ରମଣରେ ପୁଟିନଙ୍କ ତିନିଜଣ ସୈନିକଙ୍କ ମୃତ୍ୟୁ ଘଟିଛି । କିଛି ସୈନିକ ମଧ୍ୟ ଆହତ ହୋଇଛନ୍ତି ।

ଡ୍ରେନ୍‌ ଆକ୍ରମଣରେ ରୁଷର ଟିୟୁ-୯୫ ଆଣବିକ ସ୍ଥଳ ମଧ୍ୟ ନଷ୍ଟ ହୋଇଥିବା କୁହାଯାଉଛି । ସେପଟେ ୟୁକ୍ରେନର ଏହି ଆକ୍ରମଣକୁ ନେଇ ଆହୁରି ସଜାଗ ହୋଇଛି ରୁଷ ।  ୟୁକ୍ରେନ ଆଗକୁ ଆକ୍ରମଣ ଆହୁରି କରିପାରେ ବୋଲି ରୁଷ ଅନୁମାନ କରିବା ସହ ଅନ୍ୟ ଏୟାରବେସକୁ ହାଇ ଆଲର୍ଟ କରିଛି । ୟୁକ୍ରେନର ଏପରି କଡ଼ା ଆଭିମୁଖ୍ୟକୁ ନେଇ ରୁଷ ସୈନ୍ୟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଆକ୍ରମଣ ହେବା ପରେ ପୁଟିନ୍‌ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ପରବର୍ତ୍ତୀ ପଦକ୍ଷେପ ନେବାକୁ ରୁଷ ପ୍ରସ୍ତୁତ ହେଉଛି । ଆମେରିକା ଏବଂ ୟୁକ୍ରେନ ଉପରେ ରୁଷ ନଜର ରଖିଥିବା ଜଣାପଡ଼ିଛି ।

ପୂର୍ବରୁ ଅନେକ ଥର ରୁଷ ୟୁକେନ୍‌ ମଧ୍ୟ ଆକ୍ରମଣ ହୋଇଛି । ଯୁଦ୍ଧରେ ବହୁ ସୈନିକଙ୍କ ସମେତ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଛି । ରୁଷର ଆକ୍ରମଣରେ ୟୁକ୍ରେନର ରାଜଧାନୀ କିଭ୍‌ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଅନେକ ସହରର ବଡ଼ ବଡ଼ ଅଟ୍ଟାଳିକା ମାଟିରେ ମିଶିଛି । ୟୁକ୍ରେନର ଅନେକ ବଡ଼ ବଡ଼ ଡାକ୍ତରଖାନା ଓ ସ୍କୁଲ କଲେଜ ଗୁଡ଼ିକୁ ବିସ୍ଫୋରଣ କରି ନଷ୍ଟ କରିଛି ରୁଷ । ୟୁକ୍ରେନ ମଧ୍ୟ ରୁଷକୁ କଡ଼ା ଜବାବ ଦେଇଥିବା ଦେଖିବାକୁ ମିଳିଛି । ରୁଷର ଅନେକ ସୈନିକଙ୍କୁ ୟୁକ୍ରେନ୍‌ ହତ୍ୟା କରିବା ସହ ରୁଷର ବହୁ ଲଢ଼ୁଆ ବିମାନକୁ ଆକାଶରୁ ଖସାଇଛି ।

Related Articles

Back to top button