ଜି-୨୦ ଶିଖର ସମ୍ମିଳନୀରେ ଏକାଠି ଯୋଗ ଦେବେ ପୁଟିନ ଏବଂ ଜେଲେନସ୍କି!

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚଳିତ ବର୍ଷ ଇଣ୍ଡୋନେସିଆରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇପାରନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଦୁଇ ନେତା ବାଲି ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ରାଜି ହୋଇଛନ୍ତି । କେବଳ ଏତିକି ନୁହେଁ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ନିଜ ରୁଷ ସମକକ୍ଷଙ୍କ ସହ ବୈଠକ କରିବା ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ମନା କରିନାହାନ୍ତି ।

ଦ ନ୍ୟାସନାଲ ସହ ଏକ ସାକ୍ଷାତକାରରେ, ୟୁଏଇରେ ଅବସ୍ଥାପିତ ଇଣ୍ଡୋନେସିଆର ରାଜଦୂତ ହୁସେନ ବାଗିସ କହିଛନ୍ତି, ‘ଦୁହେଁ ସହମତି ଅଛନ୍ତି( ସମ୍ମିଳନୀରେ ଯୋଗ ଦେବା ପାଇଁ)’। ଆସନ୍ତା ନଭେମ୍ୱର ୧୫-୧୬ରେ ଇଣ୍ଡୋନେସିଆର ବାଲିରେ ଜି-୨୦ ଶିଖରସମ୍ମିଳନୀ ଆୟୋଜିତ ହେବ । ଇଣ୍ଡୋନେସିଆର ରାଷ୍ଟ୍ରଦୂତ କହିଛନ୍ତି, ‘ୟୁକ୍ରେନ-ରୁଷ ଯୁଦ୍ଧ କାରଣରୁ ସ୍ଥିତି ସହଜ ନାହିଁ…କେଉଁ ହୋଟେଲରେ ପୁଟିନ ଏବଂ କେଉଁ ହୋଟେଲରେ ଜେଲେନସ୍କିଙ୍କୁ ରଖାଯିବ ତାକୁ ନେଇ ବିଚାର କରାଯାଉଛି’ ।

ଇଣ୍ଡୋନେସିଆ ରାଷ୍ଟ୍ରଦୂତ କହିଛନ୍ତି, ‘ମୋ ଦେଶରେ ସବୁ କିଛି ଶାନ୍ତିପୂର୍ଣ୍ଣ ରହିଛି । ଯଦି ପୁଟିନ ଏବଂ ଜେଲେନସ୍କି ବାଲି ଯାତ୍ରା କରନ୍ତି, ତେବେ ଏହା ପ୍ରଥମ ଥର ହେବ ଯେତେବେଳେ ଯୁଦ୍ଧ ପରେ ଦୁଇ ଦେଶର ନେତା ଗୋଟିଏ ମଞ୍ଚରେ ଏକାଠି ହେବେ’। ତେବେ ବାଗିସଙ୍କ ବୟାନ ଉପରେ ୟୁକ୍ରେନ ଏବଂ କିମ୍ୱା ରୁଷ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

Related Articles

Back to top button