ମେକ୍ସିକୋରେ ଆତତାୟୀର ଆଖି ବୁଜା ଗୁଳି ବର୍ଷଣ: ୧୮ ମୃତ, ଏକାଧିକ ଗୁରୁତର

ମେକ୍ସିକୋ ସିଟି: ଅତର୍କିତ ଗୁଳିକାଣ୍ଡ ପରମ୍ପରା ଏବେ ଆମେରିକାରୁ ବାହାରି ପଡୋଶୀ ଦେଶ ମେକ୍ସିକୋରେ ମଧ୍ୟ ଦେଖିବାକୁ ମିଳିଲାଣି । ଆଜି ମେକ୍ସିକୋରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ଆଜି (ଗୁରୁବାର) ସ୍ଥାନୀୟ ସମୟ ସକାଳେ ମେକ୍ସିକୋର ରାଜଧାନୀ ମେକ୍ସିକୋ ସିଟି ହଲରେ ଜଣେ ଦୁର୍ବୃତ୍ତର ଅତର୍କିତ ଗୁଳିମାଡରେ ୧୮ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ କିଛି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କାରଯାଇଛି । ଦୁର୍ବୃତ୍ତ ଗିରଫ ହୋଇସାରିଥିବା ଖବର ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥଲେ ସୁଦ୍ଧା ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ଆକ୍ରମଣ ପାଇଁ କେହି ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ସରକାରୀ ଭାବେ ମଧ୍ୟ କିଛି ପ୍ରକାଶ କରାଯାଇନାହିଁ । ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇସାରିଥିବା ବେଳେ ଅନ୍ୟ କିଛି ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ପୋଲିସ ମଧ୍ୟ ହାଇଆର୍ଲଟ ଜାରି କରିଛି ।

ସମଗ୍ର ଅଞ୍ଚଳରେ ଭୟର ବାତାବରଣ:-

ସ୍ଥାନୀୟ ଗଣମାଧ୍ୟମ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆଜି (ଗୁରୁବାର) ସକାଳେ ମେକ୍ସିକୋ ସିଟି ହଲରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହଠାତ୍ ଜଣେ ଅଜ୍ଞାତ ଦୁର୍ବୃତ୍ତ ହଲରେ ପ୍ରବେଶ କରି ଅତର୍କିତ ଗୁଳି ଚଳାଇଥିଲା । ଘଟଣାସ୍ଥଳରେ 10 ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ଅନ୍ୟ କିଛି ଗୁରୁତର ଆହତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ସହରର ମେୟର ଓ ତାଙ୍କ ସମ୍ପର୍କୀୟଙ୍କ ସମେତ ଅନ୍ୟ କିଛି ସରକାରୀ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ ରହିଥିବା ଖବର ପ୍ରକାଶିତ ହୋଇଛି ।

ଆମେରିକାରେ ଏପରି ଗୁଳିକାଣ୍ଡ ଘଟଣା ବାରମ୍ବାର ଦେଖିବାକୁ ମିଳିଥାଏ । ଅସ୍ତ୍ରଶସ୍ତ୍ର ରଖିବା ନିୟମ ଆମେରିକାରେ କୋହଳ ଥିବାରୁ ସାଧାରଣ ନାଗରିକମାନେ ସହଜରେ ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର କ୍ରୟ କରିପାରନ୍ତି । ତେଣୁ ଏପରି ଗୁଳିକାଣ୍ଡ ଆମେରିକାରେ ବାରମ୍ବାର ଦେଖିବାକୁ ମିଳିଥାଏ । ନିକଟରେ ଏକାଧିକ ଆମେରିକୀୟ ସହରରେ ଅତର୍କିତ ଗୁଳିମାଡରେ ବହୁ ସାଧାରଣ ଲୋକଙ୍କ ପ୍ରାଣହାନୀ ଘଟିଛି । ତେବେ ପଡୋଶୀ ମେକିକ୍ସୋରେ ମଧ୍ୟ ଆଜି ଏପରି ଗୁଳିକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

Related Articles

Back to top button