ତାମିଲନାଡ଼ୁରେ ପ୍ରବଳ ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ

ଦକ୍ଷିଣ ରାଜ୍ୟ ତାମିଲନାଡ଼ୁରେ ପ୍ରବଳ ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ତାମିଲନାଡ଼ୁର ୪ଟି ଜିଲ୍ଲା ଯଥା ତିରୁନେଲୱେଲି, ତୁତିକୋରିନ୍‌, ତେନକାସୀ ଏବଂ କନ୍ୟାକୁମାରୀ ବିଶେଷ ପ୍ରଭାବିତ ହୋଇଛି । ଅଧିକାଂଶ ଅଂଚଳ ଜଳମଗ୍ନ ହେବା କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏନେଇ ତାମିଲନାଡ଼ୁ ସରକାରଙ୍କ ତରଫରୁ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି । ସ୍କୁଲ, କଲେଜ୍‌, ବ୍ୟାଙ୍କ ସହ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ । ଆଜି ବି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ IMD ତରଫରୁ ସୂଚନା ଦିଆଯାଇଛି ।

ବର୍ଷା ଯୋଗୁଁ ଥାମିରବରନୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ତେଣୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଡ୍ୟାମରେ ଜଳର ସଠିକ୍ ପରିଚାଳନା ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ସମ୍ବେଦନଶୀଳ ଅଂଚଳରେ ରିଲିଫ ସେଣ୍ଟର ଏବଂ ଲୋକମାଙ୍କୁ ଶୀଘ୍ର ସ୍ଥାନାନ୍ତରିତ କରିବା ପାଇଁ ଡ଼ଙ୍ଗା ପ୍ରସ୍ତୁତ ରଖିବା ପାଇଁ ତାମିଲନାଡ଼ୁ ସରକାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତୁତିକୋରିନ୍ ଜିଲ୍ଲାର ତିରୁଚେନ୍ଦୁରରେ ରବିବାର ବିଳମ୍ବିତ ରାତିରେ ୬୦ ସେମି ବର୍ଷା ହୋଇଥିବା ବେଳେ ତିରୁନେଲୱେଲି ଜିଲ୍ଲାର ପଲାୟାମକୋଟ୍ଟୟୀରେ ୨୬ ସେମି ଏବଂ କନ୍ୟାକୁମାରୀରେ ୧୭.୩ ସେମି ବର୍ଷା ରେକର୍ଡ଼ କରାଯାଇଛି ।

Related Articles

Back to top button