ଇସ୍ତାନବୁଲରେ ଭୟଙ୍କର ଆତଙ୍କବାଦୀ ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ, ୫୩ ଜଣ ଆହତ

ଇସ୍ତାନବୁଲ: ଇସ୍ତାନବୁଲରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହ। ଜନଗହଳିପୂର୍ଣ୍ଣ ରାସ୍ତାରେ ଭୟଙ୍କର ବିସ୍ଫୋରଣରେ ୬ଜଣଙ୍କ ମୃତ୍ୟୁ ହୋଇଛି ଓ ୫୩ ଜଣ ଆହତ ହୋଇଛନ୍ତି । ରାଷ୍ଟ୍ରପତି ତାଇପ ଇର୍ଦୋଗାନ୍ ଏହା ଏକ ଆତଙ୍କବାଦୀ ଆକ୍ରମଣ ହୋଇଥାଇପାରେ ବୋଲି ସନ୍ଦେହ କରିଛନ୍ତି । ସେପଟେ ଉପରାଷ୍ଟ୍ରପତିଙ୍କ ମତରେ ଏହା ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ।

ତେବେ ପୋଲିସ ଏହି ସନ୍ଦେହରେ ଜଣଙ୍କୁ ଗିରଫ କରିଛି । ଇସ୍ତିକଲାଲ୍ ଏଭିନ୍ୟୁ ନାମକ ଉକ୍ତ ସ୍ଥାନକୁ ତୁରନ୍ତ ପୋଲିସ ଘେରାବନ୍ଦୀ କରିଥିଲା । ଆନ୍ୱୁଲାନ୍ସ ଆହତମାନଙ୍କୁ ଡାକ୍ତରଖାନା ପହଞ୍ଚାଇଥିଲା । ରାଉଟର୍ ହାତରେ କିଛି ଭିଡିଓ ଫୁଟେଜ୍ ଲାଗିଛି । ବିସ୍ଫୋରଣ ଫଳରେ ଅନେକ  କୋଠା କ୍ଷତିଗ୍ରସ୍ତ ହୋଇଛି । ଲୋକେ ଭୟରେ ତଳେ ଲୋଟି ପଡୁଥିବା ଏହି ଭିଡିଓରେ କଏଦ ହୋଇଛି । ହେଲେ ଏଯାଏଁ କୌଣସି ଆତଙ୍କବାଦୀ ସଂଗଠନ ବିସ୍ଫୋରଣ ଘଟାଇଥିବା ଦାବି କରିନାହାଁନ୍ତି ।

ଏହା ପୂର୍ବରୁ ଇସ୍ତାନବୁଲରେ ଏପରି ବଡ଼ ବିସ୍ଫୋରଣ ଡିସେମ୍ୱର ୨୦୧୬ରେ ହୋଇଥିଲା । ସେଥିରେ ୩୮ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ୧୫୫ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଆତଙ୍କବାଦୀ ସଂଗଠନ କୁର୍ଦିସ୍ତାନ ଓ୍ୱାର୍କସ୍ ପାର୍ଟି (ପିକେକେ) ବିସ୍ଫୋରଣ ଦାବି କରିଥିଲା ।

Related Articles

Back to top button